ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଓନେତା ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ

ଗୁଣୁପୁର : ଆଜି ଗୁଣୁପୁର କୋର୍ଟରେ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ମାଓନେତା ସବ୍ୟସାଚୀଙ୍କୁ ହାଜର କରାଯାଇଥିଲା। ୨୦୦୮ରେ ଗୁଡ଼ାରି ଥାନା ଅନ୍ତର୍ଗତ କଚାଗୁଡ଼ା ଜଙ୍ଗଲରେ ମାଓବାଦୀଙ୍କ ବିଷ୍ପୋରକ ସାମଗ୍ରୀ ଜବତ କରାଯିବା ସହ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଘଟଣାରେ ମାଓନେତା ସବ୍ୟସାଚୀଙ୍କ ସମ୍ପୃକ୍ତିକୁ ନେଇ ପୁଲିସ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ସେତେବେଳେ ପୁଲିସ ୬ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। କମ୍ବିଂ ଅପରେସନ୍‌ ବେଳେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ୧୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଗୁଣୁପୁର ସବ୍‌ଜଜ୍‌ କୋର୍ଟରେ ମାମଲାର ବିଚାରଣ ହୋଇଥିଲା। ଏହି ମାମଲାରେ ମାଓନେତା ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ ହୋଇଥିବା ନେଇ ତାଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି। ପ୍ରକାଶଥାଉ କି, ମାଓନେତା ସବ୍ୟସାଚୀଙ୍କ ନାମରେ ଗୁଣୁପୁର କୋର୍ଟରେ ୧୫ ରୁ ଊର୍ଦ୍ଧ୍ବ ଅପରାଧିକ ମାମଲା ରହିଛି।

Leave A Reply

Your email address will not be published.