ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁଣିଲେନି ପରିବାରର ଆକୁଳ ନିବେଦନ, ଅପହୃତ ଯବାନଙ୍କୁ ମାରି ଫିଙ୍ଗିଦେଲେ ମାଓବାଦୀ

ମାଲକାନଗିରି: ରକ୍ତ ମୁଖା ହୋଇପଡିଛି ମାଓବାଦୀ। ପୁଣି ଥରେ ମାଓବାଦୀମାନେ ବର୍ବରକାଣ୍ଡ ଘଟିଛି। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରୁ ମାଓବାଦୀମାନେ ଅପହରଣ କରି ନେଇଥିବା ଯବାନଙ୍କୁ ହତ୍ୟା କରିଛନ୍ତି । ଜନ ଅଦାଲତରେ ଡିଆରଜି ଯବାନ ମୁରଲୀ ତାତିଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଲାଲ୍ ବାହିନୀ । ଗତ ୨୧ ତାରିଖରେ ମାଓବାଦୀ ଗଙ୍ଗାଲୁର ଥାନା ପାଲନାର୍ ଅଞ୍ଚଳରୁ ଯବାନଙ୍କୁ ଅପହରଣ କରି ନେଇଥିଲେ ।

ଅପହରଣର ୩ ଦିନ ପରେ ବି ଯବାନଙ୍କୁ ନେଇ ପୁଲିସ୍ କିମ୍ବା ଛତିଶଗଡ଼ ସରକାର କେହି କିଛି ସୁରାକ୍ ପାଇନଥିଲେ । ମାଓବାଦୀଙ୍କ ପକ୍ଷରୁ ମଧ୍ୟ କୌଣସି ସୂଚନା ବା ସ୍ପଷ୍ଟୀକରଣ ଦିଆଯାଇନଥିଲା । ଯବାନଙ୍କୁ ହତ୍ୟା କରିବା ପରେ ପ୍ରେସ ନୋଟ୍ ଜାରି କରିଛି ପଶ୍ଚିମ ବସ୍ତର ଡିଭିଜନ କମିଟି, ମାଓବାଦୀ । ଗତକାଲି ଜନ ଅଦାଲତରେ ଯବାନଙ୍କୁ ହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି।

ପରିବାର ଲୋକମାନେ ମୁରଲୀଙ୍କ ଖୋଜିବା ପାଇଁ ସରକାରଙ୍କୁ ଗୁହାରୀ ସହ ମାଓବାଦୀ ଛାଡ଼ିଦେବା ପାଇଁ ଅପିଲ୍ କରିଥିଲେ । ହେଲେ ଆକୁଳ ନିବେଦନକୁ କେହି ଶୁଣିନଥିଲେ। ଗତ ୨୧ ତାରିଖ ଅପରାହ୍ଣ ୩ଟା ବେଳେ ପାଲନାର୍ ଅଞ୍ଚଳର ଡିଆରଜି ଯବାନ ନିଜ ଗାଁକୁ ମେଳା ଦେଖିବା ପାଇଁ ଛୁଟିରେ ଜଗଦଲପୁରରୁ ଆସିଥିବା ବେଳେ ମାଓବାଦୀ ଅପହରଣ କରି ନେଇଥିଲେ।

Leave A Reply

Your email address will not be published.