ମାଓବାଦୀଙ୍କ ବର୍ବରକାଣ୍ଡ, ଶ୍ୱଶୁର ଘରକୁ ଯିବା ବାଟରେ ଯବାନଙ୍କୁ ଅପହରଣ କରି ହତ୍ଯା

ମାଲକାନାଗିରି: ମାଓବାଦୀଙ୍କ ବର୍ବରକାଣ୍ଡ। ଯବାନଙ୍କୁ ପ୍ରଥମେ ଅପହରଣ ଏବଂ ପରେ ହତ୍ୟା କରିଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ। ମାଓବାଦୀ ମାନେ ଯବାନଙ୍କୁ ଅପହରଣ ପରେ ହତ୍ୟା କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଶ୍ୱଶୁର ଘରକୁ ଯିବା ବେଳେ ଗତକାଲି ଯବାନଙ୍କୁ ମାଓବାଦୀ ମାନେ ଅପହରଣ କରିନେଇଥିଲେ। ଆଉ ଆଜି ନିର୍ମମ ଭାବେ ହତ୍ୟା କରି ଜଙ୍ଗଲ ମଧ୍ୟରେ ଫିଙ୍ଗି ଦେଇଛନ୍ତି। ଉକ୍ତ ଯବାନ ହେଲେ କନଷ୍ଟେବଳ ସନ୍ନୁ ପୁନେମ। ହତ୍ୟା ପରେ ଶବକୁ ଏକ ସ୍କୁଲ ନିକଟରେ ଫିଙ୍ଗି ଦିଆଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ଏସପି କମଲୋଚନ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି।