ଯବାନ ଓ ପୁଲିସର ମିଳିତ ଚଢାଉ: ପଣ୍ଡ ହେଲା ମାଓବାଦୀଙ୍କ ଯୋଜନା, ଉଦ୍ଧାର ହେଲା ୭ ଲ୍ୟାଣ୍ଡମାଇନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରୁ ଲ୍ୟଣ୍ଡମାଇନ୍ସ ଜବତ କରିଛି ବିଏସଏଫ ବାହିନୀ । ଯବାନ ଏବଂ ଜିଲ୍ଲା ପୁଲିସ ମିଳିତ ଚଢାଉ କରି ୭ଟି ଲ୍ୟାଣ୍ଡମାଇନ ଏବଂ ମାଓ ସାମଗ୍ରୀ ଜବତ କରିଛନ୍ତି। ଆନ୍ଧ୍ର ଓଡିଶା ସୀମାକୁ ଲାଗି ରହିଥିବା ସଦାରାମ, ତୋଟାଗୁଡା ଏବଂ ସନ୍ୟାସୀଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ନକ୍ସଲ ଗାତ କରି ଲ୍ୟାଣ୍ଡମାଇନ ଏବଂ ମାଓ ସାମଗ୍ରୀ ଲୁଚାଇ ରଖିଥିଲେ। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଏବଂ ବିଏସଏଫ ଯବାନ ଏହି ଅଞ୍ଚଳକୁ ଘେରିଥିଲେ। ବିଏସଏଫ ଏହି ଲ୍ୟାଣ୍ଡମାଇନକୁ ଉଦ୍ଧାର କରି ନିଷ୍କ୍ରିୟ କରିଥିଲା। ଜବତ ହୋଇଥିବା ଲ୍ୟାଣ୍ଡମାଇନର ଓଜନ ଗୋଟିଏ କିଲୋ ଠାରୁ ଆରମ୍ଭ କରି ୫ କିଲୋ ପର୍ଯ୍ଯନ୍ତ । ଗଣତନ୍ତ୍ର ଦିବସକୁ ଭଣ୍ଡୁର କରିବାକୁ ନକ୍ସଲ ଏହି ବୋମାକୁ ବ୍ୟବହାର କରିଥାନ୍ତେ ବୋଲି କୁହାଯାଇଛି। ତେବେ ଯବାନଙ୍କ ତତ୍ପରତା ଯୋଗୁଁ ଏକ ବଡ ଧରଣର ଅଘଟଣକୁ ଏଡାଇ ଦିଆଯାଇଛି।

 

Leave a comment