ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁପ୍ରିମକୋର୍ଟର ୫୦ ପ୍ରତିଶତ କର୍ମଚାରୀଙ୍କୁ କରୋନା

ନୂଆଦିଲ୍ଲୀ: ଦେଶରେ କରୋନାର ସଂକ୍ରମଣ ପୁଣି ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିସହ ସୁପ୍ରିମକୋର୍ଟର ୫୦%ରୁ ଅଧିକ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ଏହି ରିପୋର୍ଟ ମିଳିବାପରେ ସର୍ବୋଚ୍ଚ ଅଦାଲତ ପରିସରରେ ଆତଙ୍କ ଖେଳିଯାଇଛି। ସମସ୍ତ ବିଚାରପତି ଘରେ ରହି କାମ କରିବେ । ୧ ଘଣ୍ଟା ବିଳମ୍ବରେ ସବୁ ବେଞ୍ଚ ଶୁଣାଣି ଆରମ୍ଭ କରିବେ । ସମସ୍ତ କୋର୍ଟ ରୁମ୍  ପରିସରକୁ ସାନିଟାଇଜ କରାଯାଉଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ବେଞ୍ଚ ଶୁଣାଣି ହେବ ବୋଲି ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.