ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆମେରିକା ରାସ୍ତାରେ ଡଲାର ବର୍ଷା

ୱାଶିଂଟନ: ଆମେରିକାର କାଲିଫର୍ଣ୍ଣିଆରେ ଶୁକ୍ରବାର ଡଲାର ବର୍ଷା ହୋଇଛି। ଏହା ଦେଖି ରାସ୍ତାରେ ଯାଉଥିବା ଶହଶହ ଗାଡ଼ି ଅଟକି ରହିଥିଲା। ସେଥିରୁ ଲୋକେ ବାହାରି ଆସି ଡଲାର ଗୋଟାଇବାରେ ଲାଗିଥିଲେ। ଲୋକେ ନୋଟ୍‌ ଗୋଟାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ ଦକ୍ଷିଣ କାର୍ଲିଫର୍ଣ୍ଣିଆର କାର୍ଲ୍ସବେଡ ରାଜପଥରେ ଏକ ଡଲାର ଭର୍ତ୍ତି ଗାଡି ଯାଉଥିଲା। ଏହି ଗାଡ଼ିର ପଛ କବାଟ ଖୋଲିଯାଇଥିଲା ଏବଂ ଏଥିରେ ଥିବା ଟଙ୍କା ଭର୍ତି ବ୍ୟାଗ ପବନରେ ଉଡିବାରେ ଲାଗିଥିଲା। କିଛି ସମୟ ପାଇଁ ସଡକରେ ନୋଟ ବର୍ଷା ହେଉଥିବା ଲାଗିଥିଲା। ଏହା ଦେଖି ଲୋକେ ରାସ୍ତା କଡରେ ଗାଡି ଅଟକାଇ ଥିଲେ। ସେମାନେ ନୋଟ ଗୋଟାଇ ନେଇ ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ସମୟରେ ଟ୍ରାଫିକ ଜାମ ହୋଇ ଯାଇଥିଲା। ପୁଲିସ ଅନୁଯାୟୀ ଶୁକ୍ରବାର ସକାଳ ପ୍ରାୟ ୯.୧୫ରେ ଗାଡ଼ିରେ ଥିବା ନୋଟ୍‌ ଭର୍ତ୍ତି ବ୍ୟାଗ ଖୋଲି ଯିବା ଯୋଗୁଁ ରାସ୍ତାରେ ଡଲାର ଉଡିଥିଲା। ନୋଟ ଦେଖି ଲୋକ ଏହା ନେବାକୁ ବାହାରିଥିଲେ। ଟ୍ରକ ଡ୍ରାଇଭର ଏହାର ବିରୋଧ କରିବାରୁ ସେମାନେ ଗଣ୍ଡଗୋଳ କରିଥିଲେ।

Leave A Reply

Your email address will not be published.