ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମନ କି ବାତରେ ମୋଦୀ କହିଲେ ଜଳ ସଂରକ୍ଷଣ କଥା, ଆରମ୍ଭ ହେବ ‘ବର୍ଷା ଧରା’ ଅଭିଯାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ଷର ଦ୍ୱିତୀୟ ‘ମନ କୀ ବାତ୍‌’ରେ ଜଳର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ଏପରି କୌଣସି ଦିନ ନଥିବ, ଯେଉଁ ଦିନ ଜଳ ସହ ଜଡ଼ିତ ଉତ୍ସବଟିଏ ପାଳନ କରାଯାଉନଥିବ। ମାଘ ମାସରେ ଲୋକେ ନିଜ ଘର ପରିବାର, ସୁଖସୁବିଧା ତ୍ୟାଗକରି ପୁରା ମାସଟି ନଦୀକଳୂରେ କଳ୍ପବାସ କରିବା ପାଇଁ ଯାଆନ୍ତି। ଏଥର ହରିଦ୍ୱାରରେ କୁମ୍ଭମେଳା ମଧ୍ୟ ହେଉଛି। ଜଳ ଆମ ପାଇଁ କେବଳ ଜୀବନ ନୁହେଁ, ଆସ୍ଥା ଆଉ ବିକାଶର ଧାରା ମଧ୍ୟ। ପାଣି ଏକ ପ୍ରକାର କଷଟି ପଥରଠୁ ବି ବେଶି ମହତ୍ୱପୂର୍ଣ୍ଣ। କୁହାଯାଏ ଯେ କଷଟି ପଥର ସ୍ପର୍ଶରେ ଲୁହା ସୁନାରେ ପରିବର୍ତିତ ହୋଇଯାଏ। ସେହିପରି ଜଳର ସ୍ପର୍ଶ ଜୀବନ ପାଇଁ ଯେତିକି ଜରୁରୀ, ବିକାଶ ପାଇଁ ମଧ୍ୟ ସେତିକି ଜରୁରୀ। ଜଳ ସଂରକ୍ଷଣ ପ୍ରତି ସାମୂହିକ ଦାୟିତ୍ୱବୋଧକୁ ଆମେ ହୃଦୟଙ୍ଗମ କରିବା ଆବଶ୍ୟକ। ଅଳ୍ପ କେତେ ଦିନ ମଧ୍ୟରେ ଜଳଶକ୍ତି ମନ୍ତ୍ରାଳୟ ‘ବର୍ଷା ଧରା’ ଅଭିଯାନ ଆରମ୍ଭ କରିବ। ଏହାର ସ୍ଲୋଗାନ୍‌ ହେଉଛି, ‘ଯେଉଁଠି ପଡୁଛି, ଯେତେବେଳେ ପଡୁଛି, ବର୍ଷାକୁ ଧର’।

ଭାରତର ପରମ୍ପରା ଓ ସଂସ୍କୃତି ସହ ଜଳର ସମ୍ପର୍କ ବିଷୟରେ କହିବା ସହ ଜଳ ସଂରକ୍ଷଣର ଗୁରୁତ୍ୱ ବୁଝାଇ ଦେଇଛନ୍ତି। ସେ କହିଛନ୍ତି, ମାଘ ମାସ ବିଶେଷ ରୂପେ ନଦୀ, ପୁଷ୍କରିଣୀ ଓ ଜଳସ୍ରୋତଗୁଡ଼ିକ ସହ ସଂପୃକ୍ତ ବୋଲି ଧରାଯାଏ। ଆମ ଶାସ୍ତ୍ରରେ କୁହାଯାଇଛି, ମାଘେ ନିମଗ୍ନାଃ ସଲିଳେ ସୁଶୀତେ, ବିମୁକ୍ତପାପାଃ ତ୍ରିଦିବମ୍ ପ୍ରୟାନ୍ତି। ଅର୍ଥାତ୍‌, ମାଘ ମାସରେ ଯେ କୌଣସି ପବିତ୍ର ଜଳାଶୟରେ ସ୍ନାନକୁ ପୂଣ୍ୟ ବୋଲି ଧରାଯାଏ। ପୃଥିବୀର ପ୍ରତ୍ୟେକ ସମାଜରେ ନଦୀ ସହିତ ଜଡ଼ିତ କୌଣସି ନା କୌଣସି ପରମ୍ପରା ରହିଛି। ନଦୀତଟରେ ଅନେକ ସଭ୍ୟତାର ମଧ୍ୟ ବିକାଶ ଘଟିଛି। ଆମ ସଂସ୍କୃତି ହଜାର ହଜାର ବର୍ଷ ପୁରାତନ ହୋଇଥିବାରୁ ଏହାର ବିସ୍ତୃତି ଆମ ଏଠି ଅଧିକ ମିଳିଥାଏ। ସଦ୍ୟତମ ଗଣନା ଅନୁସାରେ, କାଜିରଙ୍ଗା ଜାତୀୟ ଉଦ୍ୟାନରେ ସମୁଦାୟ ୧୧୨ ପ୍ରଜାତିର ପକ୍ଷୀ ଦୃଶ୍ୟମାନ ହୋଇଛନ୍ତି। ଏହାର କାରଣ ହେଉଛି ଜଳ ସଂରକ୍ଷଣ ଏବଂ ସ୍ୱଳ୍ପ ମାନବୀୟ ହସ୍ତକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହି ଅବସରରେ ଶ୍ରୀ ମୋଦୀ ଉତ୍ତରପ୍ରଦେଶର ଆରାଧ୍ୟାଙ୍କ ବାର୍ତ୍ତା ପଢି ଶୁଣାଇଛନ୍ତି। ଆରାଧ୍ୟା ଲେଖିଛନ୍ତି ଯେ ବିଶ୍ୱର କୋଟିକୋଟି ଲୋକ ନିଜ ଜୀବନର ବହୁଳାଂଶ ପାଣିର ଅଭାବକୁ ପୂରା କରିବାରେ ହିଁ ଲଗାଇଥାନ୍ତି। ‘ବିନ୍ ପାନି ସବ୍ ସୁନ୍‌’ କେବଳ ସେମିତି କୁହାଯାଇନାହିଁ। ଜଳ ସଙ୍କଟର ସମାଧାନ ପାଇଁ ପଶ୍ଚିମବଙ୍ଗର ଉତ୍ତର ଦୀନାଜ୍‌ପୁରରୁ ସୁଜିତଙ୍କ କଥାକୁ ବ୍ୟାଖ୍ୟା କରିବାକୁ ଯାଇ ପ୍ରଧାନମନ୍ତ୍ରୀ ଲାହିଛନ୍ତି ଯେ ପ୍ରକୃତି ଜଳ ରୂପରେ ଆମକୁ ଏକ ସାମୂହିକ ଉପହାର ଦେଇଛି, ତେଣୁ ଏହାର ସଂରକ୍ଷଣ କରିବାର ଦାୟିତ୍ୱ ମଧ୍ୟ ସାମୂହିକ। ମୋଦୀ କହିଛନ୍ତି, ଯେପରି ସାମୂହିକ ଉପହାର, ସେହିପରି ସାମୂହିକ ଉତରଦାୟିତ୍ୱ ମଧ୍ୟ ଜରୁରୀ। ନଦୀ, ପୋଖରୀ, ହ୍ରଦ, ବର୍ଷା ବା ଭୂତଳ ଜଳ, ଏସବୁ – ସମସ୍ତଙ୍କ ପାଇଁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦିନ ଥିଲା ଯେତେବେଳେ ଗାଁରେ କୂଅ, ପୋଖରୀର ସମସ୍ତେ ମିଳିମିଶି ଯତ୍ନ ନେଉଥିଲେ। ଏବେ ତାମିଲନାଡୁର ତିରୁୱନ୍ନାମଲାଇରେ ଏପରି ଏକ ପ୍ରୟାସ ହେଉଛି। ସେଠାରେ ସ୍ଥାନୀୟ ଲୋକ ନିଜ ନିଜର କୂଅକୁ ସଂରକ୍ଷିତ କରି ରଖିବା ପାଇଁ ଅଭିଯାନ ଚଳାଇଛନ୍ତି। ଏହି ଲୋକ ନିଜ ଅଂଚଳର ବର୍ଷବର୍ଷ ଧରି ବ୍ୟବହାର ହେଉନଥିବା ସାର୍ବଜନୀନ କୂଅଗୁଡ଼ିକୁ ପୁଣିଥରେ ଜୀବନ୍ତ କରୁଛନ୍ତି।

 

Leave A Reply

Your email address will not be published.