ଆସିଲା ମନିଷ ଅନୁରାଗଙ୍କ ପୋଷ୍ଟମର୍ଟମ ରିପୋର୍ଟ : ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ହାଇ ପ୍ରୋଫାଇଲ୍ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ବନ୍ଧାହେଲେ ୩ ସାଙ୍ଗ । କମିଶନରେଟ୍ ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କଲା ଏମ୍ସ । ପାଣିରେ ବୁଡ଼ିବା ପୂର୍ବରୁ ମନିଷଙ୍କର ହୋଇଥିଲା ମୃତ୍ୟୁ। ମାତ୍ରାଧିକ ମଦ୍ୟପାନ କିମ୍ବା ହୃଦଘାତରେ ମନିଷଙ୍କ ମୃତ୍ୟୁ ଘଟିଥିବା ଏହି ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି। ଘନ ଘନ ଜେରା ପରେ ମନୀଷଙ୍କ ୩ ସାଙ୍ଗକୁ ଗିରଫ କରିଛି କମିଶନରେଟ୍ ପୋଲିସ । ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନ୍ନା, ଦିନେଶ ମହାପାତ୍ର ଓରଫ ଲିଟୁ ଓ ଅମ୍ରିତ ବିଶ୍ୱାଳଙ୍କୁ ଗିରଫ କରିଛି ପୋଲିସ ।

ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧିଛି । ସେପଟେ ଆଜି ଆସିବ ପୋଷ୍ଟମର୍ଟମ ରିପୋର୍ଟ । ମନୀଷଙ୍କ ସହ ରାଜଧାନୀର ବିଭିନ୍ନ ବାରରେ ମଦ ପିଇଥିଲେ ମୃତ୍ୟୁଞ୍ଜୟ ମିଶ୍ର, ଦିନେଶ ମହାପାତ୍ର । ପରେ ବିଲ୍ ଭରିବାକୁ ନେଇ ମନୀଷଙ୍କ ସହ ହୋଇଥିଲା ଝଗଡ଼ା । ବାପାଙ୍କୁ ଫୋନ୍ କରି ମନୀଷ ଟଙ୍କା ମାଗି ବିଲ୍ ପୈଠ କରିଥିଲେ । ଆଉ ଭୋରରୁ ପାତ୍ରପଡ଼ାର ଏକ ପୋଖରିରୁ ମିଳିଥିଲା ମନୀଷଙ୍କ ମୃତଦେହ । ଫେରାର୍ ହୋଇ ଯାଇଥିଲେ ଅଭିଯୁକ୍ତ ।

Leave a comment