ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠା ରାଉତଙ୍କ ଭୁବନେଶ୍ୱର ଘର ଓ ଅଫିସରେ ଚାନ୍ଦବାଲି ପୁଲିସର ରେଡ୍

ଭୁବନେଶ୍ବର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭୁବନେଶ୍ୱର ଘରେ ରେଡ୍ କରାଯାଇଛି। ଏୟାରଫିଲ୍ଡ ଥାନା ଅଞ୍ଚଳ ସ୍କାଏ ଟାୱାର ଆପାର୍ଟମେଣ୍ଟରେ ରେଡ୍ କରାଯାଇଛି । ଶର୍ମିଷ୍ଠାଙ୍କ ଘର ଓ ଅଫିସ୍‌ରେ ରେଡ୍ କରୁଛି ୩ ଜଣିଆ ପୁଲିସ ଟିମ୍। ଶର୍ମିଷ୍ଠାଙ୍କ ଘର ଓ ଅଫିସ୍‌ରେ ରେଡ କରି ଚାନ୍ଦବାଲି ପୁଲିସ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ରହିଛି।

ଏହା ପୂର୍ବରୁ ପୁଲିସକୁ ଆଉ ଏକ ସଫଳତା ମିଳିଥିଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇକୁ ପୁଲିସ କବଜାକୁ ଆଣିଥିଲା । ପରମେଶ୍ୱର ରାଉତଙ୍କୁ ବିଜୟୱାଡ଼ାରୁ ଧରିଛି ପୁଲିସ । ପରମେଶ୍ୱର ବିଜୟୱାଡ଼ାରେ ରହି ଶର୍ମିଷ୍ଠାଙ୍କ ଫେରାର୍ ହେବା ନେଇ ପ୍ଲାନ କରିଥିଲେ । ଶର୍ମିଷ୍ଠା କେମିତି ଖସିଯାଇପାରିବେ, ସେନେଇ ପ୍ଲାନ୍ କରିଥିଲେ ପରମେଶ୍ୱର । ତେବେ ଶର୍ମିଷ୍ଠା କିନ୍ତୁ ବିଜୟୱାଡ଼ା ଯାଇନଥିବା ସୂଚନା ମିଳିଛି । ଶର୍ମିଷ୍ଠା ଏବେ କେଉଁଠି, ସେନେଇ ପୁଲିସ ସ୍ପଷ୍ଟ ହୋଇପାରିନି । ପରମେଶ୍ୱରଙ୍କୁ ଜେରା ବେଳେ ଶର୍ମିଷ୍ଠାଙ୍କ ଅବସ୍ଥିତି ଜଣାପଡ଼ିବା ନେଇ ଆଶା ରଖିଛି ପୁଲିସ ।

ତେବେ ଏହି ମାମଲାରେ ମୁଖ୍ୟ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି ।କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ  ୪ ସପ୍ତାହ ଭିତରେ କୋର୍ଟରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.