ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୋର୍ଦ୍ଧା ପରେ ଆଜି କଟକରେ ହକର୍‌ଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ହକର୍‌ମାନଙ୍କ କଷ୍ଟ ବୁଝିପାରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା କଟକଣା ଯୋଗୁଁ ହକର ଭାଇମାନେ କିଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହା ଅନୁଭବ କରିପାରିଥିଲେ । ଏଣୁ ହକର୍‌ମାନଙ୍କ ସହ କଥା ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ହକର ସଂଘ କର୍ମକର୍ତ୍ତା ଓ ୫-ଟି ସଚିବଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏବଂ ପରେ ପଞ୍ଜୀକୃତ ହକରମାନଙ୍କ ନିମନ୍ତେ ଆର୍ଥିକ ସହାୟତା ଘୋଷଣା ସହ ସେମାନଙ୍କ ସମାଜିକ ସୁରକ୍ଷାକୁ ନିଶ୍ଚିତ କରିବାକୁ ଅନ୍ୟାନ୍ୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଯିଏ ହକର୍‌ମାନଙ୍କୁ ପରିଚୟ ପତ୍ର ଯୋଗାଇ ଦେଉଛି । କଟକରେ ହକର୍‌ଙ୍କୁ ପରିଚୟ ପତ୍ର ପ୍ରଦାନ କାର୍ଯ୍ଯକ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।

ମୁଖ୍ୟମନ୍ତ୍ରୀ ପକ୍ଷରୁ ଘୋଷଣା କରାଯାଇଥିବା ସାମାଜିକ ସୁରକ୍ଷା ସମ୍ପର୍କରେ ଉପସ୍ଥିତ ହକର ଭାଇଙ୍କୁ ସୂଚିତ କରିବାକୁ ଯାଇ କହିଥିଲେ ଯେ, ହକର ଭାଇମାନଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ଓ ସ୍ୱାଭାବିକ କ୍ଷେତ୍ରରେ ମୃତ୍ୟୁ ହେଲେ ୧ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ । ଦୁର୍ଘଟଣା ଯୋଗୁଁ ସମ୍ପୂର୍ଣ୍ଣ ଅକ୍ଷମ ହେଲେ ଦେଢ଼ ଲକ୍ଷ ଟଙ୍କା ଓ ଆଂଶିକ ଅକ୍ଷମ ହେଲେ ଆର୍ଥାତ ୨ଟି ଅଙ୍ଗ ହରାଇଲେ ୮୦ ହଜାର ଟଙ୍କା ଓ ଗୋଟିଏ ଅଙ୍ଗ ହରାଇଲେ ୪୦ ହଜାର ଟଙ୍କା ସହାୟତା ଯୋଗାଇଦିଆଯିବ କହିଛନ୍ତି ଶ୍ରୀ ମଙ୍ଗରାଜ ।

ପୂର୍ବରୁ ଖୋର୍ଦ୍ଧାରେ ହକରଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିବା ବେଳେ ଆଜି କଟକରେ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ମୋଟ ୮୪୨ ଜଣ ପଞ୍ଜୀକୃତ ହକର ରହିଥିବା ବେଳେ କରୋନା କଟକଣା ଯୋଗୁଁ ଆଜିର କାର୍ୟ୍ୟକ୍ରମରେ ସୀମିତ ସଂଖ୍ୟକ ଅର୍ଥାତ ୧୦୦ ଜଣଙ୍କୁ ପରିଚତ୍ର ପ୍ରଦାନ କରାଯାଇଛି । ଅନ୍ୟମାନଙ୍କୁ ଦିନେ କିମ୍ୱା ଦୁଇ ଦିନ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯିବ ।

ତେବେ ଖୋର୍ଦ୍ଧାର ୨ଜଣ ଓ କଟକର ୪ ଜଣ ହକର ରାଜ୍ୟ ସରକାରଙ୍କ ପକ୍ଷରୁ ୬ହଜାର ଟଙ୍କାର ଆର୍ଥିକ ସହାୟତା ପାଇପାରିନାହାଁନ୍ତି । ଆଇଏଫ୍‌ଏସ୍‌ସି କୋର୍ଡ ଓ ବ୍ୟାଙ୍କ ଖାତା ନମ୍ୱରରେ ଅସଙ୍ଗତି ଥିବାରୁ ଏଭଳି ଅସୁବିଧା ହୋଇଛି । ତେବେ ଖୁବଶୀଘ୍ର ଏହାର ସମାଧାନ ହେବା ସହ ସେମାନେ ଆର୍ଥିକ ସହାୟତା ପାଇପାରିବେ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି । ଆଜିର କାର୍ଯ୍ଯକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.