ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିକାରୀ ହେଲେ ଶିକାର: ବାରହା ଧରିବା ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ଶିକାରୀ ମୃତ

ସୋନପୁର: ଶିକାରୀ ହେଲେ ଶିକାର । ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ନିଜେ ଶିକାରୀ ସେହି ତାର ସଂସ୍ପର୍ଶରେ ଆସି ହରାଇଲେ ଜୀବନ। । ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ଜଙ୍ଗଲରେ । ମୃତକ ହେଲେ ବୀରମହାରାଜପୁର ଥାନା ବାଘପାଲି ଗାଁର ହରିଶ୍ଚନ୍ଦ୍ର ପଧାନ ।

ବାରାହ ଶିକାର କରିବାକୁ ଜଙ୍ଗଲରେ ହରିଶ୍ଚନ୍ଦ୍ର ବିଦ୍ୟୁତା ତାର ବିଛାଇଥିଲେ । ଗତକାଲି ବିଳମ୍ବିତ ରାତିରେ ସେହି ବିଦ୍ୟୁତର ତାରରେ ଲାଗି ତାଙ୍କର ମୃତ୍ୟୁ ହୋଇଛି । ଆଜି ସକାଳୁ ଲୋକ ଏକଥା ଜାଣିବାକୁ ପାଇଥିଲେ । ଖବର ପାଇ ଉଲୁଣ୍ଡା ବନ ବିଭାଗ ଟିମ୍ ଓ ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.