ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହିଳାଙ୍କୁ ଅସଦାଚରଣ କରି ବନ୍ଧା ହେଲେ କୁଜି ନେତା

କେନ୍ଦ୍ରାପଡା/ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବେଡ଼ରେ ଆଡ଼ମିଟ ଥିବା ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି l ଅଭିଯୋଗ ମୁତାବକ, ଅର୍ଗଳ ଅଞ୍ଚଳର ଜଣେ ମହିଳାଙ୍କ ଝାଡା ବାନ୍ତି ହେବାରୁ ଡାକ୍ତରଖାନାରେ ପହଂଚି ଆଡ଼ମିଟ ହୋଇଥିଲେ l ହେଲେ ସେ ଡାକ୍ତରଖାନା ବେଡ଼ରେ ଶୋଇଥିବାବେଳେ ବଡଆମ୍ବିଳା ଗାଁର ଦିପକ ମହାନ୍ତି ନାମକ ଯୁବକ ନିଜକୁ ଡାକ୍ତର ପରିଚୟ ଦେଇ ମହିଳାଙ୍କର ବିଭିନ୍ନ ପ୍ରାଇଭେଟ ପାର୍ଟରେ ହାତ ମାରିଥିଲେ l ମହିଳା ଜଣକ ଏହାକୁ ବିରୋଧ କରିଥିଲେ l ତାଙ୍କ ସ୍ଵାମି ସୁଶାନ୍ତ ମଳିକ ଏହାକୁ ବିରୋଧ କରି ନର୍ସଙ୍କୁ ଡାକିଥିଲେ l ନର୍ସ ଆସିବା ବେଳକୁ ନକଲି ଡାକ୍ତର ସେଠାରୁ ଚମ୍ପଟ ମାରି ଫେରାର ହୋଇଯାଇଥିଲେ l ଏନେଇ ଆଳି ଥାନାରେ ଅଭିଯୋଗ ପରେ ଡାକ୍ତରଖାନାରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ୍‌ ଉକ୍ତ ନକଲି ଡାକ୍ତରଙ୍କୁ ଗିରଫ କରି କେଶ ନମ୍ବର ୧୬୫/୨୦୨୧,ୟୁଡିଏସ ୧୭୦,୪୧୯,୪୨୯,୩୭୬,୨୯୪,୫୦୬ ଆଇପିସି ଧାରା ଅନୁସାରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ।ଏହି ଘଟଣା ଏବେ ଆଳି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିବା ସହିତ ମେଡିକାଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି l ସବୁଠାରୁ ବଡ଼ କଥା ହେଲା ନକଲି ଡାକ୍ତର ସାଜିଥିବା ଯୁବକ ଦୀପକ ମହାନ୍ତି ଏକ ନିର୍ଦିଷ୍ଟ ରାଜନୈତିକ ଦଳର ସକ୍ରିୟ କର୍ମୀ ଭାବେ ପରିଚିତ l ଆଉ ବିଭିନ୍ନ ସମୟରେ ତାଙ୍କର ସେହି ଦଳ ମୁଖିଆଙ୍କ ସହ ଫଟୋ ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି l

Leave A Reply

Your email address will not be published.