ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁଷ୍କର୍ମକାରୀଙ୍କୁ ଜିଅନ୍ତା ଜାଳିଦେଲେ

ଗୁମଲା: ଝାଡ଼ଖଣ୍ଡ ଗୁମଲାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ୨ ଅଭିଯୁକ୍ତଙ୍କୁ ଲୋକେ ବାଇକ ସହିତ ଜିଅନ୍ତା ଜାଳି ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୧୫ କିମି ଦୂର ସଦର ଥାନା ଅନ୍ତର୍ଗତ ବସୁଆ ପଞ୍ଚାୟତର ଏକ ଗ୍ରାମରେ ଏହି ଘଟଣା ଘଟିଛି। ଏହି ଜଘନ୍ୟ କାଣ୍ଡରେ ସୁନୀଲ ଓରାଂଓଙ୍କ ମୃତ୍ୟୁ ହୋଇଥିବାବେଳେ ଆଶିଷ ଓରାଂଓ ଗୁରୁତର ଆହତ ହୋଇଛନ୍ତି। ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।
ପୁଲିସ ଗାଁରେ କ୍ୟାମ୍ପ ପକାଇ ରହିଛି। ଗୁରୁବାର ସକାଳେ ଅନେକ ଲୋକଙ୍କୁ ଏହି ମାମଲାରେ ପଚରାଉଚୁରା କରାଯାଇଛି।

ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ନାବାଳିକା ନିଜ ମାତାପିତାଙ୍କ ସହ ଲୋହରଦଗାର ଭଣ୍ଡାରା ଯାଇଥିଲେ। ସେ ଫେରୁଥିବା ସମୟରେ ମାତା-ପିତାଙ୍କ ସହ ବସ୍‌ ଷ୍ଟାଣ୍ଡରେ ଛିଡା ହୋଇଥିଲେ। ଏହି ସମୟରେ ଗ୍ରାମର ଜଣେ ଯୁବକ ପଡୋଶୀ ଗାଁର ଅନ୍ୟ ଜଣେ ବନ୍ଧୁଙ୍କ ସହ ଆସି କାହିଁକି ଛିଡା ହୋଇଛ ବୋଲି ପଚାରିଥିଲା। ଉଭୟେ ଘରେ ଶୀଘ୍ର ପହଞ୍ଚାଇ ଦେବା କହି ମାତାପିତାଙ୍କୁ ବୁଝାଇ ନାବାଳିକାଙ୍କୁ ବାଇକରେ ଧରି ଆସିଥିଲେ। ବିଳମ୍ବିତ ସନ୍ଧ୍ୟାରେ ମାତାପିତା ପହଞ୍ଚିବା ଝିଅକୁ ଦେଖିବାକୁ ପାଇନଥିଲେ। ପରେ ସେମାନେ ପଡୋଶୀ ଗାଁରେ ଝିଅକୁ ଗୁରୁତର ଅବସ୍ଥାରେ ଦେଖିଥିଲେ। ଉଭୟ ଯୁବକ ଦୁଷ୍କର୍ମ କରିଥିବା ନାବାଳିକା କହିଥିଲେ। ପରିବାର ସଦସ୍ୟ ଦୁଇ ଯୁବକ ବାଇକ୍‌ରେ ଯାଉଥିବା ଦେଖି ତାଙ୍କୁ ଗାଁକୁ ଆଣିଥିଲେ। ଯୁବତୀଙ୍କ ବୟାନ ପରେ ଗ୍ରାମବାସୀ ୨ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ କିରୋସିନ ଢାଳି ବାଇକ୍‌ ସହିତ ଜିଅନ୍ତା ଜାଳି ଦେଇଥିଲେ। ଏହାର ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ ଯୁବକଙ୍କୁ ଉଦ୍ଧାର କରିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.