ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମମିତା ମେହେର ହତ୍ୟା ଘଟଣା: ଏଡିଜେ କୋର୍ଟରେ ହାଜର ହେଲେ ରାଧେ ଓ ଗୋବିନ୍ଦ

କଣ୍ଟାବାଞ୍ଜି: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା, କଣ୍ଟାବାଞ୍ଜି ଅତିରିକ୍ତଜିଲ୍ଲା ଦୌରାଜଜ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ  ହାଜର ହୋଇଛନ୍ତି। ତେବେ କଡା ସୁରକ୍ଷା ବଳୟ ମଧ୍ୟ୍ୟ ରେ ପୁଲିସ କଣ୍ଟାବାଞ୍ଜି ବିଚାର ବିଭାଗୀୟ ହାଜତରୁ ଆଣି କଣ୍ଟାବାଞ୍ଜି କୋର୍ଟକୁ ହାଜର କରିଛି। କୋର୍ଟରେ ଗୋବିନ୍ଦ ସାହୁର ଓକିଲ ମଧ୍ୟ ଉପସ୍ଥିତ ଥିବା ଦେଖାଯାଇଛି।

ଗୋବିନ୍ଦ ସାହୁ ଓକିଲ ଦୁର୍ଗା ପାଢ଼ୀଙ୍କ କହିବା ଅନୁସାରେ ସେମାନେ କଲ ରେକର୍ଡ, ସାଇଣ୍ଟିଫିକ ତଦନ୍ତର ରିପୋର୍ଟ ଭଳି କିଛି ଗୁରୁତ୍ୱପୂର୍ଣ କାଗଜପତ୍ର ଦେବାକୁ କୋର୍ଟକୁ ଅନୁରୋଧ କରିଥିଲେ। ଯାହାକୁ ନେଇ ତାହା ଉପରେ ଆଜି ଶୁଣାଣି ଥିଲା। ସେହିପରି ଅନ୍ୟପଟେରେ ଆସନ୍ତା ୧୮ ତାରିଖ ଦିନ ପୁଣି ଗୋବିନ୍ଦ ସାହୁଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସରକାରୀ ଓକିଲ ପ୍ରମୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.