ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମମିତା ମେହେର ନିଖୋଜ ମାମଲା : ମୋଷ୍ଟ ୱାଂଟେଡ୍ ଗୋବିନ୍ଦ ସାହୁଙ୍କୁ ଧରାଇଦେଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର

ବଲାଙ୍ଗିର : କଳାହାଣ୍ଡି ସନସାଇନ ସ୍କୁଲ ଅଧ୍ୟାପିକା ମମିତା ମେହେର ନିଖୋଜ ମାମଲାରେ ଫେରାର ଥିବା ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ତଥା ମାଲିକ ଗୋବିନ୍ଦ ସାହୁକୁ ମୋଷ୍ଟ୍ ୱାଂଟେଡ୍ ଘୋଷଣା କରିଛି ବଲାଙ୍ଗିର ପୁଲିସ । ମହାଲିଙ୍ଗର ଗୋବିନ୍ଦ ସାହୁର ଫଟୋ ଜାରି କରିଛି ପୁଲିସ।ପୁଲିସ୍ ବାରାକରୁ ଚମ୍ପଟ ମାରିଥିବା ସନସାଇନ୍ ପବ୍ଲିକ ସ୍କୁଲର ସଭାପତି ତଥା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ବାବଦରେ ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର। ଏଭଳି ଘୋଷଣା କରିଛି ବଲାଙ୍ଗୀର ପୁଲିସ।

ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ଗତ ୧୨ଦିନ ହେବ ନିଖୋଜ ଅଛନ୍ତି । ମମିତାଙ୍କୁ ମାରି ପୋଡ଼ି ଦେବା ପରେ ପୋତି ଦିଆଯାଇଥିବା ସନ୍ଦେହ କରାଯାଇଥିଲା । ଏହାପରେ ମହାଲିଙ୍ଗ ନୋଡାଲ ହାଇସ୍କୁଲ ପଡିଆର ଚିହ୍ନଟ ସ୍ଥାନ ଖୋଳାଯାଇଥିଲା । ମାଟିତଳୁ ଅଧାପୋଡା ମର ଶରୀର ଉଦ୍ଧାର ହୋଇଛି । କଳାହାଣ୍ଡି ମହାଲିଙ୍ଗ ମିନି ଷ୍ଟାଡିୟମରୁ ଦରପୋଡା ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତଦେହ ମମିତାଙ୍କର କି ନୁହେଁ ତାହା ସ୍ପଷ୍ଟ ହୋଇନି । ପରିବାର ଲୋକ ଚିହ୍ନଟ କଲେ ତଦନ୍ତ ଆଗକୁ ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି ବଲାଙ୍ଗୀର ଏସପି।

ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ନିର୍ମାଣାଧୀନ ମିନି ଷ୍ଟାଡିୟମରେ ନିୟୋଜିତ ଜେସିବି ଡ୍ରାଇଭର ଓ ସିକ୍ୟୁରିଟି ଗାର୍ଡକୁ ଅଟକ ରଖାଯାଇଛି । ଜେସିବି ଡ୍ରାଇଭରର ବୟାନକୁ ଆଧାର କରି ସ୍କୁଲ ପରିସରରେ ଚିହ୍ନଟ ଜାଗାକୁ ଖୋଳା ହୋଇଥିଲା । ସେପଟେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁ ପୁଲିସ ହେପାଜତରୁ ରବିବାର ରାତିରୁ ଫେରାର ହୋଇଯାଇଛନ୍ତି ।

Leave A Reply

Your email address will not be published.