ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଚାର ମଇଦାନକୁ ଓହ୍ଲାଇବାକୁ ମମତାଙ୍କ ପ୍ରସ୍ତୁତି, ୧୫ରୁ ପୁଣିଥରେ ଆରମ୍ଭ ହେବ ଦିଦିଙ୍କ ପ୍ରଚାର

କଲକାତା : ନିର୍ବାଚନୀ ପ୍ରଚାର ବେଳେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ପୁଣିଥରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ମମତା ଆଗାମୀ ମାର୍ଚ୍ଚ ୧୫ରେ ପ୍ରଚାର ମଇଦାନକୁ ଓହ୍ଲାଉଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ମମତା ବାନାର୍ଜୀ ୧୫ ମାର୍ଚ୍ଚରୁ ନିର୍ବାଚନୀ ସଭାରେ ସାମିଲ ହେବେ । ୧୫ ମାର୍ଚ୍ଚରେ ପୁରଲିଆରେ ଜନସଭା କରିବେ ଏହାପରେ ୧୬ ରେ ବାଙ୍କୁରା ଓ ୧୭ରେ ଝାରଗ୍ରାମରେ ନିର୍ବାଚନୀ ସଭା କରିବେ ସିଏମ । ବର୍ତ୍ତମାନ ଦିଦିଙ୍କ ଗୋଡରେ ଆଘାତ ଲାଗିଥିବାରୁ ସେ ହ୍ବିଲ ଚେୟାରରେ ବସି ଜନସଭାକୁ ସମ୍ବୋଧିତ କରିବେ । ଯାହା ନିର୍ବାଚନ ପ୍ରଚାରକୁ ଆହୁରି ରୋଚକ କରିବ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ  ଗତ ୧୦ ତାରିଖ ଦିନ ମମତା ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ପରେ ନିଜ କାରରେ ବସିବାକୁ ଯାଉଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲେ । ଦୁର୍ଘଟଣାରେ ଆହତ ହେବା ସହିତ ମମତାଙ୍କ ହାତ, ଗୋଡ ଓ ଛାତିରେ ଲାଗିଥିଲା ଆଘାତ । ତାଙ୍କୁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୋଟିଏ ପକ୍ଷେ ଏହାକୁ ଦିଦି ଖୋଦ ନିଜ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆଣିଥିବା ବେଳେ ଅନ୍ୟପକ୍ଷେ ସହାନୁଭୂତି ହାତେଇବାକୁ ଦିଦି ନାଟକ କରୁଥିବା କହିଥିଲେ ବିରୋଧୀ ।  ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରୁ ୨୯ ଏପ୍ରିଲ ମଧ୍ୟରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନରେ ନିର୍ବାଚନ ହେବ । ଏହାପରେ ମେ ୨ ତାରିଖରେ ଫଳାଫଳ ଘୋଷଣା ହେବ ।

Leave A Reply

Your email address will not be published.