ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ବାଚନ ପୂର୍ବରୁ ଦିଦିଙ୍କ ‘ଲଞ୍ଚ’ କାର୍ଡ : ୫ ଟଙ୍କାରେ ପେଟପୁରା ଖାଦ୍ୟ

ବିଧାନସଭା ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ହଟଚମଟ ଜାରି ରହିଛି । ମମତାଙ୍କ ଗଡ଼ରେ ସଂଗଠନ ସୁଦୃଢ଼ କରିବାକୁ ବିଜେପି ଆପ୍ରାଣ ଚେଷ୍ଟା ଚଳାଇଛି । ସେପଟେ ଗଡ଼ ରକ୍ଷା ପାଇଁ ନୂଆ ନୂଆ ଜନ ହିତକାରୀ ଯୋଜନାର ଶୁଭାରମ୍ଭ କରୁଛି ଟିଏମ୍‌ସି । ପଶ୍ଚିମବଙ୍ଗରେ ସୋମବାରଠାରୁ ମମତା ସରକାର ଆରମ୍ଭ କରିଛନ୍ତି ‘ମା’ କି ରଷୋଇ’ ଯୋଜନା । ଏହି ଯୋଜନାରେ ଗରିବ ଲୋକଙ୍କୁ ୫ ଟଙ୍କାରେ ପେଟପୂରା ଖାଇବାକୁ ମିଳିବ । ଭାତ, ଡାଲି, ତରକାରୀ ସହ ଗୋଟିଏ ଅଣ୍ଡା ବି ମିଳିବ ।

ସଚିବାଳୟରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭର୍ଚୁଆଲରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏବେ ଏହି ଯୋଜନାରେ କୋଲକାତାର କେତେକ ଅଫିସରେ ଦ୍ୱିପ୍ରହରର ଖାଇବା ବ୍ୟବସ୍ଥା କରାଯାଇଛି । ତେବେ ପ୍ରତ୍ୟେକ ଜାଗାରେ ଏହି ଯୋଜନା ଶୁଭାରମ୍ଭ କରିବାକୁ ଯୋଜନା କରିଛନ୍ତି ମମତା ସରକାର ।

ତେବେ ଏହା ପୂର୍ବରୁ କରୋନା ସମୟାରେ ମମତା ସରକାର ପକ୍ଷରୁ ଆରମ୍ଭ ହୋଇଥିଲା ‘ଦିଦିର ରାନ୍‌ଘର’ (ମମତାଙ୍କ କିଚେନ୍‌) । ଏହି ଯୋଜନା ଆରମ୍ଭ ହୋଇଥିଲା ପ୍ରବାସୀ ଶ୍ରମିକଙ୍କ ପାଇଁ । ଯେଉଁମାନେ ଲକ୍‌ଡାଉନ୍‌ ଯୋଗୁଁ ରୋଜଗାର ହରାଇ ବସିଥିଲେ । ଠିକ୍‌ ସେହିଭଳି ଗରିବ ଲୋକଙ୍କୁ ଶାକାହାରୀ ଖାଦ୍ୟ ଯୋଗାଇବା ପାଇଁ ସିପିଆଇ (ଏମ୍) “ସରୋଜୋଜି କ୍ୟାଣ୍ଟିନ” ଆରମ୍ଭ କରିଥିଲା । ଖାଲି ସେତିକି ନୁହେଁ ୫୦ଟି ସ୍ୱାସ୍ଥ୍ୟ କ୍ଲିନିକ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଯେଉଁମାନେ ହସ୍ପିଟାଲରେ ଚିକିତ୍ସା ହେବା ପାଇଁ ସକ୍ଷମ ନୁହଁନ୍ତି ସେମାନଙ୍କ ପାଇଁ ଏହି କ୍ଲିନିକ୍‌ ଖୋଲାଯାଇଥିଲା ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ହେବାକୁ ଥିବା ଆଗାମୀ ନିର୍ବାଚନରେ ନନ୍ଦିଗ୍ରାମରୁ ଲଢିବେ ମମତା ବାନାର୍ଜୀ । ନନ୍ଦିଗ୍ରାମ ସହ ଭବାନୀପୁର ଆସନରୁ ବି ନିର୍ବାଚନ ଲଢିବେ । ନନ୍ଦିଗ୍ରାମକୁ ଶୁଭେନ୍ଦୁ ଅଧିକାରୀଙ୍କ ଗଡ ଭାବେ ବିବେଚିତ କରାଯାଇଥାଏ । ଯିଏକି ଟିମସି ଛାଡି ଏବେ ବିଜେପିରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.