ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚର୍ଚ୍ଚାରେ ପକ୍ଷୀରାଣୀ : କ୍ୟାନସର ରୋଗୀଙ୍କ ପାଇଁ କେଶ ପ୍ରଦାନ କଲେ ମାମାଲୀ

ମଞ୍ଜୁରିରୋଡ :ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ପକ୍ଷୀ ରାଣୀ ଭାବେ ପରିଚିତ ମାମାଲୀ ପଣ୍ଡା ଏବେ କ୍ୟାନସର ରୋଗୀଙ୍କ ପାଇଁ ମୁଣ୍ଡ କେଶ ପ୍ରଦାନ କରି ଚର୍ଚ୍ଚାକୁ ଆସିଛନ୍ତି । ସରପଦା ଗାଁର ମାମାଲି ସ୍ଥାନୀୟ ସାରଦା ବିଦ୍ୟା ମନ୍ଦିର ଠାରେ ୩ୟ ଶ୍ରେଣୀରେ ପଢୁଥିବା ବେଳେ ଗତ ଲକଡାଉନ ସମୟରେ ପକ୍ଷୀ ମାନଙ୍କୁ ଖାଦ୍ୟ ଯୋଗାଇ ଚର୍ଚ୍ଚାକୁ ଆସିଥିଲେଏହା ସହିତ ବୁଲା ଗାଈ ଗୋରୁ ଓ ମାଙ୍କଡ଼ଙ୍କୁ ମଧ୍ୟ ମାମାଲି ଅନେକ ସମୟରେ ଖାଦ୍ୟ ପଦାର୍ଥ ଯୋଗାଇବା ସହ ଆଦିବାସୀ ସାହିରେ ମାସ୍କ ଓ ସାନିଟାଇଜର ବିତରଣ କରି ଅଳ୍ପ ଦିନ ମଧ୍ୟରେ କୁନି ସମାଜ ସେବୀ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ।

ବାପା ଜ୍ୟୋତିଶଙ୍କର ପଣ୍ଡାଙ୍କ ସ୍ୱଳ୍ପ ରୋଜଗାରରୁ ମାମାଲି ଅର୍ଥ ସଞ୍ଚୟ କରି ବିଭିନ୍ନ ସମୟରେ ସମାଜ ସେବା କ୍ଷେତ୍ରରେ ଖର୍ଚ୍ଚ କରି ଥାଏ ଏବେ ହାଇଦ୍ରାବାଦ ସ୍ଥିତ ଏକ ସ୍ୱେଚ୍ଛାସେବୀ ସଂସ୍ଥାକୁ କ୍ୟାନସର ରୋଗୀଙ୍କ ପାଇଁ ସେ ମୁଣ୍ଡ କେଶ ପ୍ରଦାନ କରିଛନ୍ତି ବିଶେଷ କରି କେମୋ ନେବାପରେ କ୍ୟାନସର ପୀଡ଼ିତ ଙ୍କ ମୁଣ୍ଡରେ ବାଳ ଝଡି ଯିବା ଯୋଗୁଁ ସେମାନଙ୍କ ସୌନ୍ଦର୍ଯ୍ୟ ମଧ୍ୟ କମିଯାଏ ତେଣୁ ସେମାନଙ୍କ ମୁଣ୍ଡରେ କେଶ ପ୍ରତିରୋପଣ ପାଇଁ ହାଇଦ୍ରାବାଦର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ କାମ କରିଥାଏ । ଏ କଥା ସମାଜ ସେବୀ ମାମାଲୀ ଜାଣିବା ପରେ ବାପା ମା’ଙ୍କ ସ୍ୱୀକୃତି ନେଇ ନିଜ ମୁଣ୍ଡ କେଶକୁ ଡ଼ାକ ମାଧ୍ୟମରେ ହାଇଦ୍ରାବାଦ ସ୍ଥିତ ଅନୁଷ୍ଠାନ ନିକଟକୁ ପଠାଇଛନ୍ତି । ତାଙ୍କର ଏତାଦୃଶ ମହତ କାର୍ଯ୍ୟକୁ ବିଭିନ୍ନ ଅଞ୍ଚଳର ଜନସାଧାରଣ ମାନେ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.