ନ୍ୟାସନାଲ ଜିଓଗ୍ରାଫିକ୍‌‌ ସୁପର ଷ୍ଟ୍ରକ୍‌‌ଚର୍‌‌ରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌‌, ଆଜି ରାତି ୮ରେ ହେବ ପ୍ରସାରଣ

ଭୁବନେଶ୍ୱର : ଇଞ୍ଜିନିରିଂ ଚମତ୍କାର ହେଉଛି ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌‌। ମାତ୍ର ୧୫ ମାସ ସମୟ ଭିତରେ ଓଡ଼ିଶା ଛିଡ଼ା କରିଛି ନୂଆ କିର୍ତ୍ତୀମାନ। ଓଡ଼ିଶା ସରକାରଙ୍କ ଏହି ଅଭୂତପୂର୍ବ ସଫଳତାକୁ ନେଇ ଆସନ୍ତା କାଲି ନ୍ୟାସନାଲ ଜିଓଗ୍ରାଫିକ୍‌‌ ଚ୍ୟାନେଲରେ ପ୍ରଦର୍ଶିତ ହେବ ସୁପର ଷ୍ଟ୍ରକ୍‌‌ଚର୍‌‌। ୧୫ ତାରିଖ ବୁଧବାର ରାତି ୮ଟାରେ ଏହି କାର୍ଯ୍ୟକ୍ରମର ପ୍ରାସାରଣ ହେବ।

ସୂଚନା ଅନୁସାରେ ସବୁ ପ୍ରକାର ପ୍ରତିକୂଳ ସ୍ଥିତି ଓ ଆହ୍ୱାନର ସମ୍ମୁଖୀନ ହୋଇ ଓଡ଼ିଶା ସରକାର ସର୍ବାଧିକ ଆସନ ବିଶିଷ୍ଟ ସର୍ବବୃହତ ହକି ଷ୍ଟାଡିୟମ୍‌‌ ନିର୍ମାଣ କରି ଦେଖାଇଲେ। ଦେଶର ବଡ଼ ବଡ଼ ରାଜ୍ୟ ପଛକୁ ହଟି ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏହି ଆହ୍ୱାନକୁ ଗ୍ରହଣ କରିଥିଲା। କେବଳ ଗ୍ରହଣ କରି ନଥିଲା ବରଂ ନିର୍ଦ୍ଧାରିତ ସମୟ ଭିତରେ ଷ୍ଟାଡିୟମ୍‌‌ର ନିର୍ମାଣ ଶେଷ କରି ଦେଖାଇଲା। ହକି ବିଶ୍ୱକପ୍‌‌ ୨୩୦୦ ନିର୍ମାଣ କର୍ମଚାରୀ, ୧୦ ହଜାର ମେଟ୍ରିକ୍‌‌ ଟନ୍‌‌ ଇସ୍ପାତ, ୪୨୦୦୦ କ୍ୟୁବିକ୍‌‌ ମିଟର୍‌‌ କଂକ୍ରିଟ୍‌‌କୁ ନେଇ ମାତ୍ର ୧୫ ମାସରେ ଛିଡ଼ା ହେଲା ବିଶ୍ୱର ସର୍ବ ବୃହତ୍‌‌ ହକି ଷ୍ଟାଡିୟମ୍‌‌।

ହକି ବିଶ୍ୱକପ୍‌‌ରେ ଅଂଶଗ୍ରହଣ ପାଇଁ ଓଡ଼ିଶା ଆସିଥିବା ଅନ୍ତର୍ଜାତୀୟ ଖେଳାଳୀ, ଅଫିସିଆଲ ଏବଂ ଅତିଥି ଓଡ଼ିଶା ସରକାରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ବିଶ୍ୱର ସର୍ବାଧିକ ଆସନ ବିଶିଷ୍ଟ ଷ୍ଟାଡିୟମ୍‌‌ ନିର୍ମାଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମିଳିଛି ଗିନିଜ୍‌‌ ବୁକ୍‌‌ ଅଫ୍‌‌ ୱାର୍ଲ୍ଡ ରେକର୍ଡ୍ସ। ଏବେ ପ୍ରତିଷ୍ଠିତ ଚ୍ୟାନେଲ ନ୍ୟାସନାଲ ଜିଓଗ୍ରାଫିକ୍‌‌ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସୁପର୍‌‌ ଷ୍ଟ୍ରକ୍‌‌ଚର୍‌‌ରେ ଷ୍ଟାଡିୟମ୍‌‌ ନିର୍ମାଣ ଆରମ୍ଭ ଠାରୁ ନେଇ ହକି ବିଶ୍ୱକପ୍‌‌ ଆୟୋଜନ ପର୍ଯର୍୍ୟନ୍ତ କାର୍ଯ୍ୟାବଳୀକୁ ନେଇ ପ୍ରସ୍ତୁତ ହୋଇଛି ଡକ୍ୟୁମେଣ୍ଟାରୀ। ସମଗ୍ର ରାଜ୍ୟ ପାଇଁ ଏହା ଗୌରବର ବିଷୟ ବୋଲି କୁହାଯାଇଛି।

Leave a comment