ଲୋକାଲ୍ ସର୍କଲ୍ ସର୍ଭେ: ବିମାନ ସେବାରେ ଖୁସିନାହାଁନ୍ତି ଯାତ୍ରୀ, ଉଡ଼ାଣ ବିଳମ୍ବ ଅସନ୍ତୋଷର ମୁଖ୍ୟ କାରଣ
ଉଡ଼ାଣ ବିଳମ୍ବ ଅସନ୍ତୋଷର ମୁଖ୍ୟ କାରଣ

ନୂଆଦିଲ୍ଲୀ: ଭାରତରେ ବିମାନ କମ୍ପାନୀଗୁଡିକର ସେବାରେ ଯାତ୍ରୀମାନେ ଖୁସି ନୁହଁନ୍ତି। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, କୋଭିଡ -୧୯ ପରେ ଗ୍ରାହକ ସେବା ଏବଂ ବିମାନ କର୍ମଚାରୀଙ୍କ ଆଚରଣ ବିଗିଡିଯାଇଛି। ଲୋକାଲ୍ ସର୍କଲ୍ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ୧୫୦୦୦ ବିମାନ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୭୯% ବିଶ୍ବାସ କରନ୍ତି ଯେ ଭାରତରେ ବିମାନ କମ୍ପାନୀଗୁଡିକ ଯାତ୍ରୀଙ୍କ ଆରାମ ଉପରେ ସାଲିସ୍ କରୁଛନ୍ତି ଏବଂ ମହାମାରୀ ପାଇଁ ବାହାନା କରି ଦାୟିତ୍ବରୁ ଖସିଯାଉଛନ୍ତି। ସବୁଠାରୁ ଗୁରୁତ୍ବପୂର୍ର୍ଣ କଥା ହେଉଛି ଉଡାଣ ବିଳମ୍ବକୁ ନେଇ ଅଧିକାଂଶ ଯାତ୍ରୀ ଅସନ୍ତୁଷ୍ଟ ଥÒବା ରିପୋର୍ଟରୁ ଜଣାପଡିଛି।
ଏହି ସର୍ଭେରେ ଅଂଶଗ୍ରହଣକାରୀମାନେ ସ୍ପାଇସଜେଟ ଲିମିଟେଡ୍ର ସେବାକୁ ସବୁଠାରୁ ଖରାପ ସେବା ଭାବେ ମୂଲ୍ୟାଙ୍କନ କରିଛନ୍ତି। ୫୫% ବଜାର ଅଂଶ ସହିତ ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ଏହା ପଛକୁ ରହିଛି। ସମସ୍ତ ବିମାନ ସେବାଗୁଡିକ ନେଇ ହୋଇଥିବା ଅଭିଯୋଗରେ ବିମାନ ଉଡାଣ ବିଳମ୍ବ, ବିମାନ ସେବାରେ ଖରାପ, ବୋର୍ଡିଂ ପ୍ରକ୍ରିୟା ଏବଂ ବିମାନର ଖରାପ ଆଭ୍ୟନ୍ତରୀଣ ବ୍ୟବସ୍ଥାକୁ ସାମିଲ କରାଯାଇଛି। ନିକଟରେ ଇଣ୍ଡିଗୋ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ବିମାନରେ ଯାତ୍ରା କରିବାକୁ ବାରଣ କରିଥିବା ଘଟଣା ଚର୍ଚ୍ଚାରେ ରହିଥିଲା। ଭାରତର ବିମାନ ଚଳାଚଳ ନିୟନ୍ତ୍ରକ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଯେଉଁଥିରେ ଜଣାପଡିଛି ଯେ ଇଣ୍ଡିଗୋ ସଠିକ୍ ଭାବେ ନିୟମ ଅନୁପାଳନ କରୁନାହିଁ ଏବଂ ଏହାର କର୍ମଚାରୀମାନେ ଯାତ୍ରୀଙ୍କୁ ଭୁଲ୍ ଭାବରେ ପରିଚାଳନା କରୁଛନ୍ତି। ଏହା ଉପରେ ତଦନ୍ତ ଚାଲିଛି। ସମ୍ପ୍ରତି ବିମାନ କମ୍ପାନୀଗୁଡିକରେ କର୍ମଚାରୀଙ୍କ ଅଭାବ ଦେଖାଦେଇଛି। ଇଣ୍ଡିଗୋ ଏହାର ଚତୁର୍ଥ ତ୍ରୈମାସିକ ଫଳାଫଳରେ ହ୍ରାସ ଘଟିଥିବା ରିପୋର୍ଟ ଦର୍ଶାଇଛି। କମ୍ପାନୀ ୨୦୨୦ରେ ଏହାର ୧୦% କର୍ମଚାରୀଙ୍କୁ ବରଖାସ୍ତ କରିଛି ଏବଂ ସମସ୍ତ କର୍ମଚାରୀଙ୍କୁ ଗତ ବର୍ଷ ବିନା ବେତନରେ ଛୁଟି ନେବାକୁ କହିଛି। ସ୍ପାଇସଜେଟ୍ କର୍ମଚାରୀଙ୍କ ଦରମା ମଧ୍ୟ ବନ୍ଦ କରିଦେଇଥିଲେ। ଦ୍ୱିତୀୟ କୋଭିଡ୍ ଲହର ସମୟରେ ଲୋକମାନେ ବିମାନ ଯୋଗେ ଯାତ୍ରା ବନ୍ଦ କରିଦେଲେ, କିଛି କର୍ମଚାରୀଙ୍କୁ କମ୍ପାନୀ ସେମାନେ କାର୍ଯ୍ୟ କରିଥିବା ଘଣ୍ଟା ଉପରେ ଆଧାର କରି ଦରମା ଦେଇଥିଲେ। ଆହୁରିମଧ୍ୟ ଭାରତୀୟ ବିମାନ କମ୍ପାନୀଗୁଡିକ ମଧ୍ୟ ଯାତ୍ରୀ ଭଡାରେ ବୃଦ୍ଧି କରିଛନ୍ତି। ସେମାନେ ଟିକେଟ୍ ମୂଲ୍ୟ ବୃଦ୍ଧି କରି ଇନ୍ଧନ ମୂଲ୍ୟ ବୃଦ୍ଧି କରୁଛନ୍ତି। ଉଦାହରଣ ସ୍ୱରୂପ, ଯଦି ଜଣେ ଯାତ୍ରୀ ୱେବ୍ ଚେକ୍ ଇନ୍ କରିନାହାଁନ୍ତି ତେବେ ବିମାନ ବନ୍ଦରରେ ବୋର୍ଡିଂ ପାସ୍ ପାଇଁ ଜଣେ ଯାତ୍ରୀଙ୍କୁ ୨୦୦ ଟଙ୍କା (୨.୬୦ ଡଲାର) ଦେବାକୁ ପଡିବ। ଏଭଳି ଘଟଣା ସବୁ ସର୍ଭେରେ ପ୍ରକାଶ ପାଇଛି।