ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ, ସୁଧାଂଶୁ ଷଡଙ୍ଗୀ ହେଲେ ଗୃହ ବିଭାଗ OSD

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଯଶୱନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ସଞ୍ଜୀବ ପଣ୍ଡା ହୋଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ଏଥିସହ ତାଙ୍କୁ ପୋଲିସ ଗୃହ ନିର୍ମାଣ ନିଗମ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି । ସେହିପରି ଆଇପିଏସ୍ ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗ ଓଏସ୍‌ଡି ଭାବେ ଦାୟିତ୍ୱ ମିଳିଛି ।

ସୂଚନା ଅନୁସାରେ, ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି ଲଳିତ ଦାସ । ଆରକେ ଶର୍ମା ହେଲେ ଆଇନ୍ ଶୃଙ୍ଖଳା ଏଡିଜି । ଅରୁଣ ବୋଥ୍ରାଙ୍କୁ ପରିବହନ କମିଶନର ଦାୟିତ୍ୱ ଦିଆଯାଇଥିବା ବେଳେ ସଞ୍ଜୀବ ପଣ୍ଡା କ୍ରାଇମବ୍ରାଞ୍ଚ ଏଡିଜି ଭାବେ ନିଯୁକ୍ତ ।

Leave A Reply

Your email address will not be published.