ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ : ରାଜୁକମାର ଶର୍ମାଙ୍କୁ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ, ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଦାୟିତ୍ୱ

ଭୁବନେଶ୍ବର : ରାଜ୍ୟରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ରାଜ କୁମାର ଶର୍ମାଙ୍କୁ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ ଦିଆଯାଇଛି। ସେହିପରି ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ, ସଞ୍ଜୀବ ଚୋପ୍ରାଙ୍କୁ କୃଷି ଉତ୍ପାଦନ କମିଶନର, ମଧୁସୂଦନ ପାଢ଼ୀଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଓ ସତ୍ୟବ୍ରତ ସାହୁଙ୍କୁ  ରାଜସ୍ୱ ବିଭାଗ ସଚିବ ଦାୟିତ୍ୱ ମିଳିଛି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଅନ୍ୟପଟେ ରଞ୍ଜନା ଚୋପ୍ରାଙ୍କୁ ଏମ୍ଏସ୍ଏମ୍ଇ ସଚିବ, ସୁରେଶ କୁମାର ବଶିଷ୍ଠଙ୍କୁ ସାଧାରଣ ପ୍ରଶାସନ ବିଭାଗର OSD, ଭାସ୍କର ଜ୍ୟୋତି ଶର୍ମାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର, ଭୂପେନ୍ଦ୍ର ସିଂ ପୁନିଆଙ୍କୁ IDCOର ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ହେମନ୍ତ ଶର୍ମାଙ୍କୁ ଇଡ୍‌କୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ  ଓ ସୁରେଶ କୁମାର ବଶିଷ୍ଠଙ୍କୁ ଜି.ଏ ଏବଂ ପି.ଜି ବିଭାର ଦାୟିତ୍ୱ ଦିଆଯାଇଛି। 

ରାଜ କୁମାର ଶର୍ମା-ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସହ ଓଏସ୍‌ଏମ୍‌ସିଏଲ୍‌ର ଅତିରିକ୍ତ ଦାୟିତ୍ୱ, ବିଷ୍ଣୁପଦ ସେଠୀ – ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପ୍ରମୁଖ ସଚିବ ସହ ପରିବହନ ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ,ସଞ୍ଜୀବ ଚୋପ୍ରା– କୃଷି ଉତ୍ପାଦନ କମିଶନର ସହ ଘରୋଇ ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ,ସୁରେଶ କୁମାର ବଶିଷ୍ଠ – ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି,ମଧୁସୂଦନ ପାଢ଼ୀ – ଓଡ଼ିଆ ଭାଷା. ସାହିତ୍ୟ ଓ ସସ୍କୃତି ବିଭାଗ,ସତ୍ୟବ୍ରତ ସାହୁ – ରାଜସ୍ୱ ବିଭାଗର ପ୍ରମୁଖ ସଚିବ.ରଞ୍ଜନା ଚୋପ୍ରା – ନିଜ ବିଭାଗ ସହ ଏମ୍‌ଏସ୍‌ଏମ୍‌ଇର ଅତିରିକ୍ତ ଦାୟିତ୍ୱ,ହେମନ୍ତ ଶର୍ମା – ଇପିକଲ୍ ଓ ଇଡ୍‌କୋ ଅଧ୍ୟକ୍ଷ ଓ ଏସ୍‌ଡିଆଣ୍ଡଟିଇ ବିଭାଗ ପ୍ରମୁଖ ସଚିବ,ଭାସ୍କର ଜ୍ୟୋତି ଶର୍ମା – ମହିଳା ଓ ଶିଶୁ ବିଭାଗର ଅତିରିକ୍ତ ଦାୟିତ୍ୱ,ଭୁପେନ୍ଦ୍ର ସିଂ ପୁନିଆ – ଇଡ୍‌କୋ ଓ ଚଳଚ୍ଚିତ୍ର ଉନ୍ନୟନ ନିଗମର ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ।

Leave A Reply

Your email address will not be published.