ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କମିଶନରେଟ ପୁଲିସରେ ବଡ଼ ଅଦଳ ବଦଳ, ବଦଳିଲେ ୨୦ ଅଫିସର

ଭୁବନେଶ୍ବର : କମିଶନରେଟ ପୁଲିସରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ୨୦ ଜଣ ଅଫିସରଙ୍କୁ ବଦଳ କରାଯାଇଛି । ସହିଦନଗର ଥାନା, ଲକ୍ଷ୍ମୀସାଗର ଥାନା, ବାଲିପାଟଣା ଥାନା, ମହିଳା ଥାନା ଓ଼ ଚନ୍ଦକା ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି । ଆଇଆଇସି ହିମାଂଶୁ ସ୍ୱାଇଁଙ୍କୁ ସ୍ପେଶାଲ ସ୍କ୍ୱାଡ ଦାୟିତ୍ୱ ଦିଆଯାଇଛି ।

ଆଇଆଇସି ମନୋଜ କୁମାର ଶତପଥୀଙ୍କୁ ସହିଦ ନଗର ଥାନା ଆଇଆଇସି ଭାବେ ବଦଳି କରାଯାଇଛି । ଅନ୍ୟପଟେ ପି ଶ୍ୟାମ ସୁନ୍ଦର ରାଓଙ୍କୁ ଲକ୍ଷ୍ମୀସାଗର, ଓମ ପ୍ରକାଶ ମହାନ୍ତିଙ୍କୁ ବାଲିପାଟଣା, ରାଧାକାନ୍ତ ସାହୁଙ୍କୁ ଚନ୍ଦକା ଥାନାକୁ ବଦଳି କରାଯାଇଥିବା ବେଳେ ଶୁଭଶ୍ରୀ ପଣ୍ଡାଙ୍କୁ ମହିଳା ଥାନା ଆଇଆଇସି ଦ୍ୱାୟିତ୍ୱ ମିଳିଛି ।

Leave A Reply

Your email address will not be published.