ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଲ ଉପରୁ ନଦୀକୁ ଖସିଲା ଯାତ୍ରୀବାହୀ ବସ୍ : ୧୨ ମୃତ, ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ଇନ୍ଦୋର: ପୋଲ ଉପରୁ ନର୍ମଦା ନଦୀକୁ ଖସିଲା ବସ୍। ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି ମହାରାଷ୍ଟ୍ର ସରକାରୀ ବସ୍। ମଧ୍ୟପ୍ରଦେଶରର ଖରଗୋନ ଏବଂ ଧାର୍ ଜିଲ୍ଲା ସୀମା ଖଲଘାଟରେ ଥିବା ନର୍ମଦା ପୋଲ ଉପରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୨ ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ଏବଂ ୧୫ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ତେବେ ବସରେ ୫୫ ଯାତ୍ରୀ ଥିଲେ ଏଣୁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।


ମିଳିଥିବା ସୂଚନା ଅନୁଯାୟୀ, ବସ୍‌ଟି ଇନ୍ଦୋରରୁ ପୁଣେ ଯାଉଥିଲା। ବସଟି ଧାର ଜିଲ୍ଲାର ଖାଲଘାଟ ଅଞ୍ଚଳରେ ଥିବା ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଏହାର ଚକା ସ୍ଲିପ କରାଯାଇଥିଲା। ଫଳରେ ବସ୍‌ଟି ବ୍ରିଜ୍‌ରେ ଲାଗିଥିବା ଲୁହା ବାଡ଼କୁ ଧକ୍କା ଦେଇ ସିଧା ନର୍ମଦା ନଦୀ ମଧ୍ୟକୁ ଖସି ପଡ଼ିଥିଲା। ଏକାଧିକ ଡଙ୍ଗା ଦ୍ୱାରା ଉଦ୍ଧାରକାରୀ ଦଳ ବସ୍‌ ମଧ୍ୟରୁ ଲୋକଙ୍କୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ଏଯାଏ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୫ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ରେ ପ୍ରାୟ ୫୫ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଛଛି।

ବର୍ତ୍ତମାନ ଘଟଣାସ୍ଥଳରେ ପ୍ରଶାସନ ଏବଂ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଅନ୍ରପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଟ୍ୱିଟ କରି ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ଜିଲ୍ଲା ପ୍ରଶାସନର ଟିମ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ବସଟିକୁ ପାଣି ଭିତରୁ ବାହାର କରାଯାଇଛି। ମୁଁ ଧର ଜିଲ୍ଲାର ଖାରଗୋନ ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗରେ ରହିଛି। ଆହତଙ୍କ ଉପଯୁକ୍ତ ଓ ତୁରନ୍ତ ଚିକିତ୍ସା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.