ବଦଳିଲେ ମୁମ୍ବାଇ ପୁଲିସ କମିଶନର ପରମବୀର ସିଂହ

ମୁମ୍ବାଇ : ବଦଳିଲେ ମୁମ୍ବାଇ ପୁଲିସ କମିଶନର ପରମବୀର ସିଂହ । ତାଙ୍କୁ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଛି । ପରମବୀରଙ୍କ ସ୍ଥାନରେ ହେମନ୍ତ ନଗରାଲେଙ୍କୁ ମୁମ୍ବାଇ ପୁଲିସର କମିଶନର ପଦରେ ନିଯୁକ୍ତି ମିଳିଛି । ପରମବୀରଙ୍କୁ ମୁମ୍ବାଇ ପୁଲିସ କମିଶନର ପଦରୁ ହଟାଇବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମୁମ୍ବାଇ ଗୃହମନ୍ତ୍ରୀ ଅନିଲ ଦେଶମୁଖ ।
ଦେଶମୁଖ ଟ୍ବିଟ କରି କହିଛନ୍ତି ଯେ, ଏହା ସରକାରଙ୍କ ବଡ଼ ନିଷ୍ପତ୍ତି । ହେମନ୍ତ ନଗରାଲେ ମୁମ୍ବାଇର ନୂଆ ପୁଲିସ କମିଶନର ହେବେ । ସେହିପରି ରଜନୀଶ ସେଠଙ୍କୁ ମହାରାଷ୍ଟ୍ର ପୁଲିସ ଡିଜିପିର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଆଣ୍ଟିଲିଆ ମାମଲାରେ ମୁମ୍ବାଇ ପୁଲିସ ଅଧିକାରୀ ସଚିନ ୱାଜେଙ୍କ ଗିରଫ ପରେ ପରମବୀର ସିଂହଙ୍କ ଉପରେ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏପରିକି ତାଙ୍କୁ ପଦରୁ ହଟାଯିବା ନେଇ ମଧ୍ୟ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା।