ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଇସ୍ତଫା

ମୁମ୍ବାଇ: ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି।  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଚାନ୍ଦା ଆଦାୟ ଘଟଣାରେ ବମ୍ୱେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଅନୀଲ ଦେଶମୁଖ  ଇସ୍ତଫା ଦେଇଛନ୍ତି ।

ସୂଚନାଯୋଗ୍ଯ, ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ହୋଇଥିବା ୧୦୦ କୋଟି ଟଙ୍କା ଆଦାୟ ମାମଲାରେ ଶୁଣାଣି କରି ବମ୍ବେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦେଶ ଦେଇଥିଲେ। ଏଥିସହିତ ଯାଞ୍ଚ ରିପୋର୍ଟ ୧୫ ଦିନ ଭିତରେ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହାପରେ ନୈତିକତା ଦୃଷ୍ଟିରୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଆଜି ବମ୍ବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, କମିଶନର ପରମବୀର ସିଂଙ୍କ ଆବେଦନ ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ । ତେଣୁ ଏହି ମାମଲାର ଏଫଆଇଆର୍ ହୋଇଯାଇଛି ଏବଂ ପୁଲିସ୍ ଯାଞ୍ଚ ପାଇଁ ଆବେଦନ ମଧ୍ୟ କରାଯାଇଛି । ଯେହେତୁ ଅନିଲ ଦେଶମୁଖ ହେଉଛନ୍ତି ରାଜ୍ୟର ଗୃହମନ୍ତ୍ରୀ, ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି । ଏହାକୁ ନଜରରେ ରଖି ଏବେ ସିବିଆଇ ହସ୍ତାନ୍ତର କରାଯାଇଛି । ତେବେ କୋର୍ଟର ନିର୍ଦ୍ଦେଶ ଅନୁସାରେ ସିବିଆଇ ପ୍ରାଥମିକ ସ୍ତରରୁ ତଦନ୍ତ ଆରମ୍ଭ କରୁ ଏବଂ ସମସ୍ତେ ତାଙ୍କୁ ସହଯୋଗ ମଧ୍ୟ କରନ୍ତୁ ।

ସୁଚନା ଥାଉ କି, ଆଣ୍ଟିଲିୟା କେସ୍ ରେ ମୁମ୍ବାଇ ପୁଲିସ୍ ଅଧିକାରୀ ସଚିନ ବାଜେଙ୍କ ଗିରଫଦାରୀ ପରେ ପୁର୍ବତନ ପୋଲିସ୍ ଅଧିକାରୀ ପରମବୀର ସିଂଙ୍କୁ ବଦଳି କରାଯାଇଥିଲା । ଏହି ମାମଲାରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ୧୦୦ କୋଟି ଟଙ୍କା ଆଦାୟ କରାଯିବା କଥା ମଧ୍ୟ ଉଲ୍ଲେଖ କରାଯାଇଥିଲା । ଏହା ବ୍ୟତୀତ ସେ ଗୃହମନ୍ତ୍ରୀଙ୍କ ଉପରେ ଅନେକ ଗୁଡିଏ ଆରୋପ ଲଗାଇଥିଲେ ।

Leave A Reply

Your email address will not be published.