ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମସ୍ତ ପ୍ରକାର ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ, ପ୍ରଧାନମନ୍ତ୍ରୀଙ୍କ ସହ ହେଲେ କଥା

ମୁମ୍ବାଇ: ସମସ୍ତ ପ୍ରକାର ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସମସ୍ତ ଦାୟିତ୍ୱରୁ ମୁକ୍ତି ଦେବା ପାଇଁ ନିବେଦନ କରିଛନ୍ତି ଭଗତ ସିଂ କୋଶ୍ୟାରୀ । ନିଜ ତରଫରୁ ସେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଏହି ଇଚ୍ଛା ପ୍ରକାଶ କରିଛନ୍ତି । ନିଜର ଆଗାମୀ ସମୟ ପଢିବା, ଲେଖିବାରେ ବିତାଇବାକୁ ଚାହୁଁଛନ୍ତି କୋଶ୍ୟାରୀ ।

ସୂଚନାଯୋଗ୍ୟ, ଗତ ଦିନରେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥିଲେ ଭଗତ ସିଂହ କୋଶ୍ୟାରୀ । କୋଶ୍ୟାରୀ ଶିବାଜୀ ମହାରାଜଙ୍କ ଉପରେ ଦେଇଥିବା ବୟାନ ପରେ ହିଁ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ନେଇ ସଙ୍କେତ ଦେଇଥିଲେ । ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଶିବାଜୀ ମହାରାଜଙ୍କ ଉପରେ ଦେଇଥିବା ଟିପ୍ପଣୀ ପାଇଁ ଦୁଃଖ ବ୍ୟକ୍ତ କରିଥିଲେ ।

ଜାରି ହୋଇଥିବା ନିଜ ବୟାନରେ ସେ କହିଛନ୍ତି, ମୋ ପାଇଁ ଏହା ସମ୍ମାନର ବିଷୟ ଯେ ମୁଁ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ସେବା ପ୍ରଦାନ କରୁଛି । ଇଏ ସେହି ମହାରାଷ୍ଟ୍ର ଯେଉଁଠି ସନ୍ଥ, ସାମାଜିକ କର୍ମୀମାନେ ଜନ୍ମ ନେଇଥିଲେ । ଗତ ୩ ବର୍ଷ ମୋତେ ମହାରାଷ୍ଟ୍ର ଜନତାଙ୍କ ଠାରୁ ଭଲ ପାଇବା ମିଳିଛି । ଏହାକୁ ମୁଁ କେବେ ଭୁଲିପାରିବି ନାହିଁ ।

Leave A Reply

Your email address will not be published.