ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଜ ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ମହାରାଷ୍ଟ୍ର ରାଜ୍ୟପାଳ

ମୁମ୍ବାଇ: ମହାରାଷ୍ଟ୍ରକୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଆଜି ରାଜ୍ୟପାଳ ଭଗତ ସିଂହ କୋଶୟାରୀ କ୍ଷମା ମାଗିଛନ୍ତି। ରାଜ୍ୟପାଳ କହିଥିଲେ ଯେ, “ଯଦି ଗୁଜୁରାଟୀ ଓ ରାଜସ୍ଥାନୀଙ୍କୁ ମହାରାଷ୍ଟ୍ର, ବିଶେଷ କରି ମୁମ୍ବାଇ ଓ ଥାନେରୁ ହଟାଇ ଦିଆଯାଏ, ତେବେ ଏଠାରେ ଟଙ୍କା ଅଭାବ ପଡ଼ିଯିବ। ଆର୍ଥିକ ରାଜଧାନୀ ବୋଲାଉଥିବା ମୁମ୍ବାଇ ପାଖରୁ ଏହି ଟ୍ୟାଗ୍‌ ହଟିଯିବ।” ରାଜ୍ୟପାଳଙ୍କ ଏହି ବୟାନକୁ ତମ୍ବିତୋଫାନ ଆରମ୍ଭ ହୋଇଥିଲା। ତାଙ୍କର ଏଭଳି ବିବୃତିକୁ ବ୍ୟାପକ ବିରୋଧ କରାଯାଇଥିବା ବେଳେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜେ ଏହାକୁ ବିରୋଧ କରିଥିଲେ।

ସମସ୍ତ ରାଜନୈତିକ ଦଳର ବିରୋଧକୁ ଦୃଷ୍ଟିରେ ରଖି ରାଜ୍ୟପାଳ କୋଶୟାରୀ ସୋମବାର କ୍ଷମା ପ୍ରାର୍ଥନା କରିଛନ୍ତି। କ୍ଷମା ପ୍ରାର୍ଥନ କରି ସେ କହିଛନ୍ତି ଯେ, “ଜୁଲାଇ ୨୯ରେ ମୁମ୍ବାଇର ବିକାଶ ପାଇଁ କିଛି ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଯୋଗଦାନ ସମ୍ପର୍କରେ ମୁଁ ଦେଇଥିବା ବୟାନ ଭୁଲ ଥିଲା। କେବଳ ମହାରାଷ୍ଟ୍ର ନୁହେଁ, ପୂରା ଭାରତର ବିକାଶ ପାଇଁ ସମସ୍ତଙ୍କର ସ୍ୱତନ୍ତ୍ର ଅବଦାନ ରହିଛି। ବିଶେଷ କରି ସମ୍ପୃକ୍ତ ରାଜ୍ୟର ଉଦାରତା ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇଯିବାର ଉଜ୍ଜ୍ୱଳ ପରମ୍ପରା ଯୋଗୁଁ ଆଜି ଦେଶ ପ୍ରଗତି ଆଡ଼କୁ ଗତି କରୁଛି। ମୁଁ ନିଶ୍ଚିତ ଯେ ମହାରାଷ୍ଟ୍ରର ଲୋକମାନେ ମୁଁ ଦେଇଥିବା ମନ୍ତବ୍ୟ ପାଇଁ ମୋତେ କ୍ଷମା କରିବେ।

କିନ୍ତୁ ସେଦିନର ଭାଷଣରେ ମୋର କିଛି ଭୁଲ ହୋଇଯାଇଛି। ସେହି ଭୁଲକୁ ମହାରାଷ୍ଟ୍ର ଭଳି ମହାନ ପ୍ରଦେଶର ଅବମାନନା ରୂପେ ବିବେଚନା କରିବା କଥା କେବେ ହେଲେ କଳ୍ପନା କରାଯାଇ ପାରିବନି। ମହାରାଷ୍ଟ୍ରର ମହାନ ସନ୍ଥ ପରମ୍ପରାରେ ଆପଣ ଏହି ବିନମ୍ର ରାଜ୍ୟ ସେବକକୁ କ୍ଷମା କରି ନିଜର ବିଶାଳ ହୃଦୟର ପରିଚୟ ଦିଅନ୍ତୁ।”

Leave A Reply

Your email address will not be published.