ରାସାୟନିକ କାରଖାନାରେ ଭୟଙ୍କର ବିସ୍ଫୋରଣ; ୪ମୃତ, ୧ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ରର ରତ୍ନାଗିରି ଜିଲ୍ଲା ଶିଳ୍ପାଞ୍ଚଳର ଏକ ରାସାୟନିକ କାରଖାନାରେ ଶନିବାର ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ କାରଖାନାରେ ୪୦ ରୁ ୫୦ ଜଣ ଲୋକ ଫସି ରହିଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରାଯଇଛି।
Maharashtra: 4 people died and 1 critically injured in an explosion at a chemical factory in an industrial area in Ratnagiri district. More details awaited.
— ANI (@ANI) March 20, 2021
ରତ୍ନାଗିରି ଫାୟାର ବ୍ରିଗେଡରୁ ମିଳିଥିବା ସୂଚନା ଅନୁଯାୟୀ, ବିସ୍ଫୋରଣ ପରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ଓ ଗୁରୁତର ଭାବେ ପୋଡି ଯାଇଥିବା ବ୍ଯକ୍ତିଙ୍କୁ ଉଦ୍ଧାର କରାଯାଇ ରତ୍ନଗିରି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ୮ଟି ଗାଡି ପହଞ୍ଚି ନଆଁକୁ ଆୟତ କରିଛନ୍ତି।