ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାହାଙ୍ଗା ଗଣହତ୍ୟା ମାମଲାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ; ହତ୍ୟାକାଣ୍ଡ ବେଳେ ସମସ୍ତେ କରିଥିଲେ ପ୍ରତିରୋଧ

ମାହାଙ୍ଗା:ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରେ ଆଜି ଆସିଛି ବ୍ୟବଚ୍ଛେଦ ରିପୋର୍ଟ । ରିପୋର୍ଟ ଅନୁସାରେ ମୃତକଙ୍କ ଦେହର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ ରହିଛି କ୍ଷତ ଚିହ୍ନ । କ୍ଷତଚିହ୍ନରୁ ସ୍ପଷ୍ଟ ହେଉଛି ହତ୍ୟାକାଣ୍ଡାରେ ଧାରୁଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଛି । ହତ୍ୟାକାଣ୍ଡ ବେଳେ ସମସ୍ତେ ପ୍ରତିରୋଧ କରିଥିବା ରିପୋର୍ଟରୁ ସୂଚନା ମିଳିଛି । ହେଲେ ଜଣଙ୍କ ପରେ ଜଣଙ୍କୁ ହାଣି ସମସ୍ତଙ୍କ ଜୀବନ ନେଇଛି ଅଭିଯୁକ୍ତ ଶିବ । ତେବେ ରିପୋର୍ଟରେ ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ କୌଣସି ସୂଚନା ନାହିଁ । ଏନେଇ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି ଯୁଗଳ କିଶୋର ବନୋଥ । ମାତ୍ର ଜଣେ ବ୍ୟକ୍ତି କିପରି ୫ ଜଣଙ୍କୁ ହାଣି ସେମାନଙ୍କ ଜୀବନ ନେଲା ତାହା ଏବେ ଏକ ବିରାଟ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି ।

ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ଧରି ଚାଲିଥିବା ସାମାନ୍ୟ ଜମିବାଡ଼ି ବିବାଦରୁ ମାହାଙ୍ଗା କୁସୁପୁରରେ ସାନ ଭାଇ ଶିବ ପ୍ରସାଦ ସାହୁ ବଡ଼ଭାଇ ଅଲ୍ଲେଖ ପ୍ରସାଦ ସାହୁଙ୍କ ପୁରା ପରିବାରକୁ ଗତ ସପ୍ତାହରେ ହତ୍ୟା କରିଥିଲେ । ଏହି ଖବର ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ତେବେ ହତ୍ୟା କରିବା ପରେ ଶିବ ଆତ୍ମସମର୍ପଣ କରି ପୁଲିସ ଆଗରେ ହତ୍ୟାକାଣ୍ଡ କେମିତି କରିଥିଲା ସେ ବିଷୟରେ ବଖାଣିଛି । ଏଥିସହିତ ଅଭିଯୁକ୍ତ ଶିବକୁ କ୍ରାଇମ ସ୍ପଟକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା ପୋଲିସ । ସେପଟେ ମାମଲାର ତଦନ୍ତ ଚାଲିଥିବା ବେଳେ ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ଅଧିକ ରିମାଣ୍ଡରେ ନେଇପାରେ ବୋଲି ମାହାଙ୍ଗା ଥାନା ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.