ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା: ଘଟଣାସ୍ଥଳରେ ବୀଭତ୍ସ ହତ୍ୟାର ଡେମୋ ଦେଖାଇଲା ହତ୍ୟାକାରୀ ଶିବ ସାହୁ

କଟକ: ମାହଙ୍ଗା କୁସୁପୁରରେ ଘଟିଥିବା ବୀଭତ୍ସ ଗଣହତ୍ୟା ମାମଲାରେ ଅଭିଯୁକ୍ତ ଶିବପ୍ରସାଦ ଘଟଣାସ୍ଥଳରେ ଆଜି ଡେମୋ ଦେଖାଇଛି । କେମିତି ଶିବ ଏକାକୀ ୫ ଜଣଙ୍କୁ ହତ୍ୟା କରିଥିଲା, ପୁଲିସ ଆଗରେ ଡେମୋ ଦେଖାଇଛି ଅଭିଯୁକ୍ତ । ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ୫ ଜଣଙ୍କୁ କିପରି ହତ୍ୟା କଲା? କେଉଁ ପିରିସ୍ଥିତିରେ ହତ୍ୟା କଲା ? ପୁଲିସ ଆଗରେ ତା’ର ଡେମୋ ଦେଖାଇଛି ଶିବ। ଘଟଣାସ୍ଥଳରେ SDPO ଓ ମାହାଙ୍ଗା ଥାନା ଅଧିକାରୀ ଉପସ୍ଥିତ ଅଛନ୍ତି। ଅଭିଯୁକ୍ତ ଶିବକୁ ୩ ଦିନିଆ ରିମାଣ୍ଡରେ ନେଇ ମାରାଥନ୍‌ ଜେରା ଚଳାଇଛି ମାହାଙ୍ଗା ପୋଲିସ ।

୫ ଜଣଙ୍କ ହାତ, ଗୋଡ଼ର ପ୍ରମୁଖ ଶିରା କାଟି କରାଯାଇଥିଲା ହତ୍ୟା । ପ୍ରତ୍ୟେକ ମୃତ ଦେହରେ ଧାରୁଆ ଅସ୍ତ୍ରରେ ଏକାଧିକ ଥର ହାଣିଥିଲା ହତ୍ୟାକାରୀ । ବେକ ଓ ମୁଣ୍ଡରେ ଗଭୀର କ୍ଷତଚିହ୍ନ ରହିଛି । ମୃତଦେହକୁ ଘୋଷାଡି ଘୋଷାଡି ଗୋଟିଏ ଘରେ ପକାଯାଇ ବାହାରୁ ତାଲା ପକାଇ ଦେଇଥିଲା ଅଭିଯୁକ୍ତ ଶିବ । ଏପରିକି ଘରର ମୁଖ୍ୟ ଦ୍ୱାର ବାହାର ପଟୁ ତାଲା ପକାଇ ଦେଇଥିଲା ଶିବ ପ୍ରସାଦ ।

ସୂଚନାଯୋଗ୍ୟ, ଗତ ୧୧ ତାରିଖ ରାତିରେ ଶିବ ନିଜ ବଡ଼ଭାଇ, ଭାଉଜ, ଜଣେ ଝିଆରୀ ଓ ୨ ପୁତୁରାଙ୍କୁ ହତ୍ୟା କରିଥିଲା। ୧୨ ତାରିଖ ସକାଳେ ସ୍ୱାଭାବିକ ଭାବେ ଗାଁରେ ବୁଲିଥିଲା । ଲୋକଙ୍କ ସହ କଥା ହୋଇଥିଲା। ଏହାପରେ ସରପଞ୍ଚ, ୱାର୍ଡମେମ୍ବରଙ୍କ ନିକଟକୁ ଭିଡିଓ ଛାଡ଼ି ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା।

Leave A Reply

Your email address will not be published.