ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହା ଆଳତି କରି ମହାନଦୀ ସ୍ବଚ୍ଛତା ବଜାୟ ରଖିବା ପାଇଁ ସଂକଳ୍ପ

ସୋନପୁର :  ସୋନପୁର ତ୍ରିବେଣୀ ସଙ୍ଗମଠାରେ ମହାନଦୀ ଆଳତି କରି ମହାନଦୀ ସ୍ବଚ୍ଛତା ବଜାୟ ରଖିବା ପାଇଁ ସଂକଳ୍ପ ନିଆଯାଇଛି । ସଙ୍ଗମ ଆଳତି କମିଟିର ଅଧ୍ୟକ୍ଷ ଶ୍ୟାମାଓଁ ପ୍ରସାଦ ମିଶ୍ର କହିଛନ୍ତି ଦିନକୁ ଦିନ ମହାନଦୀ ପାଣି ପ୍ରଦୂଷିତ ହେବାକୁ ଯାଉଛି । ତେଣୁ ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ସ୍ବଚ୍ଛ ମହାନଦୀ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାମେଶ୍ବର ମନ୍ଦିର ମହାନଦୀ କୂଳରେ ସଙ୍ଗମ ଆଳତି ଅନୁଷ୍ଠିତ ହୋଇଛି । ପରମ୍ପରା ଅନୁସାରେ ପ୍ରତ୍ୟେକ ପୂର୍ଣ୍ଣିମା ତିଥିରେ ସଙ୍ଗମ ଆଳତି ଅନୁଷ୍ଠିତ ହେଉଥିଲେ ମଧ୍ୟ କାର୍ତ୍ତିକ ବା ରାସ ପୂର୍ଣ୍ଣିମାର ଆଳତି ଟିକେ ନିଆରା । ଏହାକୁ ମହା ଆଳତି ମଧ୍ୟ କୁହାଯାଏ ।

ଏହି ସମାରୋହରେ ଡଙ୍ଗରଗାଡ ମଠର ମହନ୍ତ ଶ୍ରୀ ଶ୍ରୀ ଗିରିବରଦାସ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ବିଦ୍ୱାନ ପଣ୍ଡିତ ଶ୍ରୀଯୁକ୍ତ ମେଘନାଦ ପାଣିଗ୍ରାହୀ ଏବଂ ସମ୍ବଲପୁରର ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର ସମ୍ମାନୀତ ଅତିଥିଭାବେ ଯୋଗଦେଇ ଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ମେଘନାଦ ପାଣିଗ୍ରାହୀଙ୍କୁ ସୁବର୍ଣ୍ଣ ଗୈାରବ ସମ୍ମାନରେ ସମ୍ମାନୀତ କରା ଯାଇଥିଲା । ପଣ୍ତିତ ଶିବ ନାରାୟଣ ପୂଜାରୀ, ଆଚାର୍ୟ୍ୟ ସୁଶାନ୍ତ ପୁରୋହିତ,ଗଣେଶ ଦାଶ, ରାଧେଶ୍ୟାମ ପୁରୋହିତ ଓ ସଚ୍ଚିଦାନନ୍ଦ ଦାଶ ଆଳତି ଅର୍ପଣ କରିଥିଲେ । ଡ. ପୁରୁଷୋତ୍ତମ ମିଶ୍ର ଏବଂ ପତ୍ନୀ ସୁଷମା ମିଶ୍ର କର୍ତ୍ତା ଭାବରେ କାର୍ଯ୍ୟନିର୍ବାହ କରିଥିଲେ । ବେଣୁଧର ପ୍ରଧାନ, କିଶୋର ମେହେର, ଦେବଦତ୍ତ ମହାପାତ୍ର, ଗଣପତି ବାଘ, ରଶ୍ମିରଞ୍ଜନ ମିଶ୍ର, ଧରଣୀଧର ମିଶ୍ର, ମନୋଜ ବାରିକ, ସନ୍ତୋଷ ପ୍ରଧାନ, ଗୌରୀଶଙ୍କର ଦଣ୍ଡସେନା, ଅଚ୍ୟୁତ ପୁରୋହିତ, ରାମଜୀଲାଲ ନେଗୀ ପ୍ରମୁଖଙ୍କ ସହଯୋଗରେ ଆୟୋଜିତ ହୋଇଥିଲା ତ୍ରିବେଣୀ ସଙ୍ଗମରେ ମହା ଆଳତି ।

 

Leave A Reply

Your email address will not be published.