ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡର କେର୍ମାଡେକ୍‌, ରିକ୍ଟର ସ୍କେଲରେ ତୀବ୍ରତା ୭.୧ ରେକର୍ଡ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପ ଝଟକାରେ କେର୍ମାଡେକ୍‌ ଦ୍ବୀପ ଥରି ଉଠିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି ।

ୟୁଏସ୍ ଭୂତତ୍ବ ସର୍ବେକ୍ଷଣ ସଂସ୍ଥା ବିଭାଗ ଅନୁଯାୟୀ, ଗୁରୁବାର ସକାଳୁ ନ୍ୟୁଜିଲାଣ୍ଡର କେର୍ମାଡେକ୍‌ ଦ୍ବୀପ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତିବ୍ରତା ୭.୧ ରହିଥିବା ବେଳେ କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ରହିଛି । ଏହି ଶକ୍ତିଶାଳୀ ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି । ତେବେ କ୍ଷୟକ୍ଷତିର ଏ ପର୍ଯ୍ଯନ୍ତ ମିଳିପାରି ନାହିଁ।  ଭୂମିକମ୍ପ ଅନୁଭୂତ ପରେ ସ୍ଥାନୀୟ ଅଞ୍ଚଳରେ ସୁନାମୀ ସତର୍କତା ଜାରି କରାଯାଇଛି । କେରମାଡେକ୍ ଦ୍ବୀପର ୩୦୦ କିଲୋମିଟର ପରିସୀମା ମଧ୍ୟରେ ସୁନାମୀ ଆଲର୍ଟ ଜାରି କରିଛି ସ୍ଥାନୀୟ ପ୍ରଶାସନ ।

Leave A Reply

Your email address will not be published.