ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସହି ପାରିଲେନି ପୁଅର ଅସୁସ୍ଥତା; ବିଷ ପିଇ ପରିବାର ସହ ଜୀବନ ହାରିଲେ ମଧ୍ୟ ପ୍ରଦେଶର ବିଜେପି ନେତା

ମଧ୍ୟପ୍ରଦେଶ: ବିଷ ପିଇ ପୁରା ପରିବାର ସହ ଜୀବନ ହାରିଲେ ବିଜେପି ନେତା । ଏପରି ଦୁଃଖଦ ଛାତିଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ବିଦିଶାରେ । ପୁଅର ଅସୁସ୍ଥତାକୁ ନେଇ ଚିନ୍ତାରେ ଥିବା ବିଜେପି ନେତା ସଞ୍ଜିବ ମିଶ୍ରା ନିଜର ୨ ପୁଅ, ସ୍ତ୍ରୀଙ୍କୁ ବିଷ ଦେବା ସହ ନିଜେ ବିଷ ପିଇ ଜୀବନ ହାରିଛନ୍ତି । ଘର ଭିତରୁ ମିଳିଛି ପରିବାରର ୪ ଜଣଙ୍କ ମୃତଦେହ। ମୃତ୍ୟୁ ପୂର୍ବରୁ ତାଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମୃତ୍ୟୁ ପୂର୍ବରୁ ସେ ଲେଖିଛନ୍ତି ଯେ, ‘ ହେ ଈଶ୍ୱର ! ଏଭଳି ରୋଗ ଶତ୍ରୁକୁ ବି ନମିଳୁ, ମସ୍କୁଲାର ଡିଷ୍ଟ୍ରଫି ଡିଏମଡି’ ।

ଏହି ପୋଷ୍ଟ ଦେଖିବା ପରେ ତାଙ୍କର ଜଣେ ସମ୍ପର୍କୀୟ ସଞ୍ଜିବଙ୍କ ଘରେ ପହଞ୍ଚିଥିଲେ । କବାଟ ବାଡେଇବା ପରେ ନଖୋଲିବାରୁ କବାଟ ଭାଙ୍ଗି ପଶିଥିଲେ । ରୁମ ଭିତରେ ୪ଜଣ ଯାକ ଅଚେତ ହୋଇ ପଡିଥିବାର ଦେଖିଲେ । ଘଟଣାସ୍ଥଳରେ ହିଁ ୨ ପୁଅଙ୍କର ମୃତ୍ୟୁ ହୋଇସାରିଥିବାବେଳେ ସ୍ୱାମୀ, ସ୍ତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ହେଲେ ଚିକିତ୍ସା ମଧ୍ୟରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।

ପୋଲିସ ରୁମରୁ ଏକ ସୁଇସାଇଡ ନୋଟ ଜବତ କରିଛି। ଏଥିରେ ନିଜ ପିଲାଙ୍କ ରୋଗ ବିଷୟରେ ଉଲ୍ଲେଖ କରାଯାଇଛି । ଖବର ମୁତାବକ, ସଂଜୀବଙ୍କ ବଡ ପୁଅ ଅନମୋଲ ୮ ବର୍ଷ ହେଲାଣି ମସ୍କୁଲାର ଡିଷ୍ଟ୍ରଫି ରୋଗରେ ପୀଡିତ ଥିଲେ । ଆଉ ଏହି ଦୁଲର୍ଭ ରୋଗ ଯୋଗୁଁ ନିଜ ପରିବାରର ଜୀବନ ନେଇଛନ୍ତି ।

ତେବେ ପୁଅ ଦୁହିଁଙ୍କର ଦୁଲର୍ଭ ରୋଗରେ କୌଣସି ଚିକିତ୍ସା ନଥିଲା। ତେଣୁ ରୋଗ ପାଇଁ ନିଜ ପିଲାଙ୍କୁ ବିଷ ଦେଇ ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ବିଜେପି ନେତା ବୋଲି ଜିଲ୍ଲାପାଳ ଉମାଶଙ୍କର ଭାର୍ଗବ କହିଛନ୍ତି । ତେବେ ମୃତଦେ ପାଖରୁ ଏକ ସୁଇସାଇଡ ନୋଟ୍‌ ଜବତ ହୋଇଛି । ଯେଉଁଥିରେ ଲେଖାଯାଇଛି, ନିଜ ପିଲାର ରୋଗ ଭଲ କରିପାରୁନାହିଁ। ତାକୁ ବଞ୍ଚାଇପାରୁନାହିଁ। ତେଣୁ ବଞ୍ଚିବାକୁ ଇଚ୍ଛା ନାହିଁ ।

ରୋଗର ଲକ୍ଷଣ :

ଏହି ରୋଗର ଲକ୍ଷଣ ସାମାନ୍ୟ ନୁହେଁ। ଚାଲିବାକୁ କଷ୍ଟ ହୁଏ, ପିଲାମାନେ ଦୌଡି କିମ୍ବା ଡେଇଁ ପାରନ୍ତି ନାହିଁ। ବାରମ୍ବାର ପଡିଯିବା, ଶୋଇବା ଏବଂ ବସିବାରେ କଷ୍ଟ । ପିଲାର ଦୃଷ୍ଟିଶକ୍ତି କମିଯିବା। ଜଲଦି ଓଜନ ବଢିବା । ମାନସିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ ।

ଉପଚାର : କେବଳ ଫିଜିଓଥେରାପୀ ମାଧ୍ୟମରେ କଣ୍ଟ୍ରୋଲ କରାଯାଏ । ଯନ୍ତ୍ରଣାରୁ ବର୍ତ୍ତିବା ପାଇର୍ ପେନ କିଲର ରୋଗୀକୁ ଦିଆଯାଏ । ହେଲେ ସବୁଦିନ କରିବା ଠିକ୍‌ ନୁହେଁ ।

Leave A Reply

Your email address will not be published.