ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଷ୍ଟ୍ରପତିଙ୍କ ସାଧାରଣ ଜୀବନ ଶୈଳୀ ଉଦାହରଣୀୟ, ଆପଣଙ୍କର ଏହି ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଦେଶର ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ପ୍ରଥମ ଓଡ଼ିଶା ଗସ୍ତ ଉପଲକ୍ଷେ ଓଡ଼ିଶା ସରକାରଙ୍କ ପକ୍ଷରୁ ମହାମହିମଙ୍କୁ ରାଜଭବନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସଂଧ୍ୟାରେ ରାଜଭବନରେ ଆୟୋଜିତ ହୋଇଥିବା ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟବାସୀଙ୍କ ତରଫରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ‘ଏ ମାଟିର କନ୍ୟା ଆମ ସମସ୍ତରଙ୍କର ପ୍ରିୟ ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ସ୍ବାଗତ କରୁଛି। ପ୍ରଥମ ଓଡ଼ିଆ ଝିଅ ଓ ଜନଜାତି ସଂପ୍ରଦାୟରୁ ରାଷ୍ଟ୍ରପତି ହୋଇ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି। ଏଥି ପାଇଁ ଆମେ ଗର୍ବ ଅନୁଭବ କରୁଛେ। ରାଷ୍ଟ୍ରପତି ହେଲା ପରେ ସେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି। ରାଜ୍ୟବାସୀ ଏଥି ପାଇଁ ବହୁତ ଖୁସି ଅନୁଭବ କରୁଛନ୍ତି। ରାଇରଂଗପୁରରୁ ରାଇସିନା ହିଲ ପହଞ୍ଚିଛନ୍ତି। ସ୍ବପ୍ନକୁ ବଡ଼ କରିଛନ୍ତି। ଶିକ୍ଷାର ଆରମ୍ଭରୁ ବହୁତ ସଂଘର୍ଷ କରିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଶୁଭେଚ୍ଛା ଆପଣଙ୍କର ସହିତ ରହିଛି। ମୁଁ ଆପଣଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ସ୍ବାଗତ କରୁଛି।’

 

ମହାମହିମ ଆପଣଙ୍କ ସଫଳତା ଭିତରେ ପ୍ରତିଟି ଓଡ଼ିଆ ଦେଖୁଛି ନିଜ ସଫଳତା । ପ୍ରଥମଥର ପାଇଁ ଓଡ଼ିଶାରୁ ଜଣେ ମହିଳା ଦେଶର ପ୍ରଥମ ନାଗରିକ ହୋଇଛନ୍ତି’ ।‘ରାଇରଙ୍ଗପୁରରୁ ରାଇସିନା ହିଲ୍ସକୁ ତାଙ୍କ ଯାତ୍ରା ପାଇଁ ପ୍ରତିଟି ଓଡ଼ିଆ ଆଜି ଗର୍ବିତ’ । ଜୀବନରେ ବିଗ୍ ଡ୍ରିମ୍ ପାଇଁ ପ୍ରେରଣା ଦେଉଛନ୍ତି ରାଷ୍ଟ୍ରପତି । ଓଡ଼ିଶା ଆଜି ଆପଣଙ୍କ ଗର୍ବିତ ବୋଲି ଅଭିବାଦନ ଦେଇ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ତାଙ୍କ ପ୍ରଥମ ଓଡ଼ିଶା ଗସ୍ତରେ ରାଜ୍ୟବାସୀଙ୍କ ଶ୍ରଦ୍ଧା ଓ ଭଲ ପାଇବାରେ ଅଭିଭୂତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ସମ୍ବୋଧନ କରି କହିଛନ୍ତି ନିଜ ମାଟିର ମୋହରେ ଭିନ୍ନତା ରହିଛି। ନିଜ ମାଟିର ଆକର୍ଷଣ ନିଆରା ମଧ୍ୟ। ନିଜ ମାଟି ‘ଓଡ଼ିଶା’କୁ ଆସି ମୁଁ ଆଜି ଆନନ୍ଦିତ।ରାଷ୍ଟ୍ରପତି ‘ଜୟ ଜଗନ୍ନାଥ’ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ରାଷ୍ଟ୍ରପତି ହେଲା ପରେ ଜନ୍ମମାଟିକୁ ପ୍ରଥମ ଆଗମନ କରିଛି। ଆପଣଙ୍କର ଶ୍ରଦ୍ଧା ଓ ଭଲ ପାଇବା ଅଭିଭୂତ କରିଛି। ଏପରି ଏକ ଭବ୍ୟ ଉତ୍ସବର ଆୟୋଜନ କରିଥିବାରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହୁରି ମଧ୍ୟ କହିଥିଲେ ଯେ ଆପଣଙ୍କ ସ୍ନେହ , ଶ୍ରଦ୍ଧା ମୋତେ ଅଭିଭୁତ କରିଛି । ଆଜି ପୁରୀ ଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛି । ବିଶ୍ୱବାସୀଙ୍କ ମଙ୍ଗଳ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛି । ଦାତା ପଣରେ ଜଗନ୍ନାଥଙ୍କ ସରି କେହି ନାହାଁନ୍ତି । ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁଙ୍କ ଆଦର୍ଶ ମୋତେ ଅନୁପ୍ରାଣିତ କରିଛି । ଯେଉଁଠି ଥିଲେ ମଧ୍ୟ ନିଜ ମାଟିର ମହକରେ ଭିନ୍ନତା ରହିଛି । ତଥାପି ନିଜ ଅଞ୍ଚଳର ଦିଗ ଦିଗନ୍ତ୍ରର ସୌନ୍ଦର୍ଯ୍ୟ ନିଆରା । ଓଡ଼ିଶା ଆସି ମୁଁ ଅତ୍ୟନ୍ତ ଆନନ୍ଦିତ । ଭାରତ ବର୍ଷର ଭୂଗୋଳ ଓ ଇତିହାସଲେର ଓଡିଶା ନିଜର ସ୍ୱତନ୍ତ୍ର ସ୍ଥାନ ବତଜାୟ ରଖିଛି । ଚିଲିକା ପରି ହ୍ରଦ, ଶିମିଳିପାଳ ପରି ଜୈବ ବିବିଧତା ଓ ଭିତରକନିକା ପରି ଜାତୀୟ ଉଦ୍ୟାନ ଆମ ପାଖରେ ରହିଛି । ଓଡିଶାର ଗୌରବମୟ ଇତିହାସ ଓ ସଂସ୍କୃତି ଭାରତକୁ ମହାନ କରିଛି । ଓଡିଶା ମାଟିରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଛନ୍ତି ।

ପରାକ୍ରମୀ ସମ୍ରାଟ ଖାରବେଳ ଅହିଂସାର ପୂଜାରୀ ଥିଲେ । ଭାରତ ବର୍ଷର ନୌବାଣିଜ୍ୟରେ ଓଡିଶାର ଦାନ ଅପୂରଣୀୟ । ଓଡିଶା ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ । ଇତିହାସକାର କୁହନ୍ତି ୧୮୧୭ ମସିହାରେ ପ୍ରଥମ ବ୍ରିଟିସ ବିରୋଧି ଆନ୍ଦୋଳନ ଓଡିଶାରୁ ସୃଷ୍ଟି ହୋଇଥିଲା । ଭାରତର ସଂଗ୍ରାମୀ ଇତିହାସରେ ଓଡିଶାର ଅବଦାନ ବନ୍ଦନୀୟ । ରମାଦେବୀ , ସାରଳାଦେବୀ, ମାଳତୀ ଦେବୀଙ୍କ ଭଳି ନାରୀ ନେତ୍ରୀ ଓଡିଶାରୁ ସୃଷ୍ଟି ହୋଇଥିଲେ । ଓଡିଶାରେ ଲବଣ ସତ୍ୟାଗ୍ରହ, ଭାରତଛାଡ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । ଭଦ୍ରକର ଇରମରେ ଦ୍ୱିତୀୟ ଜାଲିୱାନାବାଗ ହତ୍ୟା କାଣ୍ଡ ଘଟିଥିଲା । ଦେଶୀୟ ରାଜ୍ୟ ମିଶ୍ରଣରେ ଓଡିଶାର ଅବଦାନ ସର୍ବାଗ୍ରେ । ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଭୂମିକା ଯୋଗୁଁ ଓଡିଶାରେ ଦେଶୀୟ ରାଜ୍ୟ ମିଶ୍ରଣ ସମ୍ଭବ ପର ହୋଇପାରିଥିଲା । ଓଡିଶାରୁ ଆରମ୍ଭ ହେଉ ଭାରତର ପ୍ରଗତୀ ।

ବିକାଶର ସୁଫଳ ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ପହଁଚିବା ଦରକାର । ସମାଜର ଶେଷ ଧାଡିରେ ଠିଆ ହୋଇଥିବା ଲୋକ ପାଖରେ ଯୋଜନା ପହଁଚିବା ଦରକାର । ରାଜ୍ୟ ଗୁଡିକରେ ବିକାଶରେ ଭାରତର ବିକାଶ । ତେଣୁ ଏହି ବିକାଶ ପକ୍ରିୟା ଓଡିଶାରୁ ଆରମ୍ଭ ହଉ ବୋଲି କାମନା କରିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଭାରତର ୮ଟି ଶାସ୍ତ୍ରୀୟ ସଂଗୀତ ମଧ୍ୟରୁ ଓଡ଼ିଶୀ ଅନ୍ୟତମ। ସେହିପରି ଦେଶର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ। ଓଡ଼ିଶାର ଆଞ୍ଚଳିକ ଗୀତ ଦେଶର ନୃତ୍ୟକୁ ମଧ୍ୟ ସମୃଦ୍ଧ କରିଛି। ଭାରତର ଭାସ୍କର୍ଯ୍ୟ ଓଡ଼ିଶାର ଅବଦାନ ଉଲ୍ଲେଖନୀୟ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

Leave A Reply

Your email address will not be published.