ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାଗଳା କୁକୁର ଆତଙ୍କ: ୩୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ କାମୁଡ଼ିବା ପରେ କୁକୁରକୁ ପିଟି ପିଟି ମାରିଦେଲେ ଉତ୍ୟକ୍ତ ଲୋକେ

ବାଲେଶ୍ୱର: ବାଲେଶ୍ୱରରେ ପାଗଳା କୁକୁର ଆତଙ୍କ । ପାଗଳ କୁକୁର କାମୁଡ଼ାରେ ଆହତ ହୋଇ ୩୦ରୁ ଅଧିକ ଲୋକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୁନହଟ ସ୍ଥିତ ପଠାଣ ମହଲା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । କୁକୁରର ଏମିତି ଉତ୍ପାତ ଦେଖି ଲୋକମାନେ ଛାନିଆ ହୋଇଯାଇଥିଲେ। ତେବେ ଏତେ ଲୋକଙ୍କୁ କାମୁଡି ଆହତ କରିବାପରେ ହିଂସ୍ର ପାଲିଟିଥିବା ପାଗଳ କୁକୁରଟିକୁ ସ୍ଥାନୀୟ ଲୋକେ ପିଟିପିଟି ମାରି ଦେଇଛନ୍ତି। ଆହତ ଲୋକମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଆଜି ସକାଳେ ସ୍ଥାନୀୟ ଲୋକେ ରାସ୍ତାରେ ଯିବା ଆସିବା କରୁଥିବା ବେଳେ ହଠାତ ପାଗଳା କୁକୁରଟି ଆକ୍ରମଣ କରିଥିଲା । ବାଲେଶ୍ଵର ସହରର ୪ନଂ ୱାର୍ଡର ପୁଲବଜାର , ଖୁଆଜାବାଗ୍ , କସାବ ମହଲ୍ଲା, ବାଲୁବଜାର , ରେଜାଉଲ୍ଲା ଲେନ , ମୁନିପଦା ଆଦି ଅଞ୍ଚଳରେ ଏକ କୁକୁର ହଠାତ୍ ଆସି ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରିଥିଲା। ସ୍ଥାନୀୟ ଅଞ୍ଚଳର ପାଖାପାଖି ୩୦ରୁ ଅଧିକ ଲୋକଙ୍କୁ ଆକ୍ରମଣ କରିଥିଲା । କୁକୁର କାମୁଡ଼ାରେ ଆହତ ବ୍ୟକ୍ତି ଓ ପିଲାମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.