ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭଡ଼ାଟିଆଙ୍କୁ ଆକ୍ରମଣ ମାମଲା : ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କଲେ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା

ଭୁବନେଶ୍ବର :  ନୟାପଲ୍ଲୀ ଅଞ୍ଚଳରେ ଭଡାଟିଆଙ୍କୁ ଆକ୍ରମଣ ମାମଲାରେ ବିଜେପି ନେତ୍ରୀ ଉପାସନା ମହାପାତ୍ରା ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି। ଭଡାଟିଆଙ୍କୁ ଆକ୍ରମଣ ମାମଲାରେ ଉପାସନାଙ୍କୁ ପୁଲିସ ଖୋଜୁଥିବା ବେଳେ ଉପାସନା ଏବଂ ତାଙ୍କ ସ୍ବାମୀ ଶୁଭ୍ରାଶୁଂ ବିଶ୍ବାଳ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି।

ଭଡ଼ାଟିଆଙ୍କୁ ଆକ୍ରମଣ ନେଇ ନୟାପଲ୍ଲୀ ଥାନାରେ ରୁଜୁ ହୋଇଥିଲା ମାମଲା । ଭୁବନେଶ୍ୱର ନୟାପଲ୍ଲୀରେ ଭଡ଼ାଟିଆଙ୍କ ଘରେ ପଶି ବିଜେପି ନେତ୍ରୀ ଓ କିଛି ନେତା ଭଙ୍ଗାରୁଜା କରିବା ନେଇ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଉପାସନାଙ୍କ ସମେତ ବିଜେପି ନେତା ଶାରଦା ପ୍ରଧାନ ମଧ୍ୟ ସଂଶ୍ଲିଷ୍ଟ ରହିଥିଲେ । ସେପଟେ ଉପାସନା ମହାପାତ୍ରଙ୍କୁ ଧରିବାକୁ ରାଜ୍ୟ ବାହାରେ କମିଶନରେଟ୍ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ଉପାସନା ଓ ତାଙ୍କ ସ୍ବାମୀ ହାଇକୋର୍ଟରେ ଜାମିନ୍‌ ଆବେଦନ କରିଛନ୍ତି। ଏହି ଘଟଣାରେ ପୁର୍ବରୁ ୧୮ଜଣଙ୍କୁ ଗିରଫ କରିସାରିଛି କମିଶନରେଟ ପୁଲିସ।

Leave A Reply

Your email address will not be published.