ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚୁଲା ଦେଇ ଏବେ ଚୁଲି ରାସ୍ତା ଦେଖାଇଲେ ମୋଦୀ ସରକାର, ଦରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ଭୁବନେଶ୍ବର : ସାଧାରଣ ଲୋକଙ୍କ ଉପରେ ପୁଣି ମହଙ୍ଗା ମାଡ଼ । ପୂର୍ବରୁ ପେଟ୍ରୋଲ-ଡିଜେଲ୍ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିରେ ହନ୍ତସନ୍ତ ହେଉଥିବା ସାଧାରଣ ଲୋକଙ୍କ ଏବେ ହାଣ୍ଡିଶାଳ ଉପରେ ହୋଇଛି ଆକ୍ରମଣ । କମର୍ସିଆଲ ଏଲପିଜି ପରେ ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି ହୋଇଛି । କେନ୍ଦ୍ର ସରକାର ଶନିବାର ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଏହି ଦରବୃଦ୍ଧି ଅଜିଠାରୁ ଲାଗୁ ହୋଇଛି ।

ନୂଆ ଦର ଲାଗୁପରେ ଭୁବନେଶ୍ବରରେ ଯେଉଁଠି  ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ୯୭୬ ଟଙ୍କା ମିଳୁଥିଲା ତାହା ଏବେ ୧୦୨୬ ଟଙ୍କାରେ ମିଳିବ। ବାରମ୍ବାର ଦର ବଢ଼ୁଥିବାରୁ କେମିତି ଚାଲିବ ପରିବାର ତାକୁ ନେଇ ଚିନ୍ତାରେ ପଡ଼ିଲେଣି ଖାଉଟି । ଏହସହ ଦର ବୃଦ୍ଧିକୁ ନେଇ ବଢ଼ିଲାଣି ଅସନ୍ତୋଷ ।

ସେପଟେ ରୋଷେଇ ଗ୍ୟାସ ଦର ବୃଦ୍ଧିର ତୀବ୍ର ବିରୋଧ କରିଛି ବିଜେଡି । ଖରା କମିଲେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି । ବିଜେଡି ବିଧାୟିକା ତଥା ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବହୁତ ବାଧିଲାଣି ଦର ବୃଦ୍ଧି, ଖରା ସରିଲା ପରେ ବିକ୍ଷୋଭ କରାଯିବ । ଗ୍ୟାସ ଦର ବୃଦ୍ଧି ହେଉଛି ପ୍ରଧାନମନ୍ତ୍ରୀଙ୍କ ଅଚ୍ଛେ ଦିନ ।ବାରମ୍ବାର ଗ୍ୟାସ ଦର ବଢେଇ ରୋଷେଇ ଘରେ ଗୋଇଠା ମାରୁଛନ୍ତି କେନ୍ଦ୍ର ସରକାର ।

ସେହିପରି କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି । କେନ୍ଦ୍ରରେ ବିଜେପି ସରକାର ଆସିବାଠାରୁ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁହୁ ବଢୁଥିବା ବେଳେ ଗ୍ୟାସ ଦର ବୃଦ୍ଧି କରି ଲୋକଙ୍କ ଖାଇବା ଥାଳିରେ ଲାତ ମାରିଛନ୍ତି କେନ୍ଦ୍ର ସରକାର । ଦର ବୃଦ୍ଧି କରି କେନ୍ଦ୍ର ସରକାର ଅଛେ ଦିନ୍ ଆଣିଛନ୍ତି ବୋଲି କଟାକ୍ଷ କରିଛି କଂଗ୍ରେସ ।

Leave A Reply

Your email address will not be published.