ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୪୮ ଘଣ୍ଟାରେ ଆହୁରି ଘନୀଭୂତ ହେବ ଲଘୁଚାପ : ୧୦ ଜିଲାରେ ପ୍ରବଳ ବର୍ଷା

୪୮ ଘଣ୍ଟାରେ ଆହୁରି ଘନୀଭୂତ ହେବ ଲଘୁଚାପ। ଦକ୍ଷିଣ କଙ୍କଣରୁ ନିମ୍ନଚାପ ରେଖା ଲଘୁଚାପ କେନ୍ଦ୍ର ଯାଏ ଲମ୍ବିଛି। ଆଗାମୀ ୨୪ ଘଣ୍ଟାରେ ୧୦ ଜିଲାରେ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି। ଏହା ପରେ ଉପକୂଳ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆସନ୍ତାକାଲି ୪ଜିଲାରେ ଅତି ପ୍ରବଳ ବର୍ଷା ହେବ। ୧୦ ଓ ୧୧ ତାରିଖରେ ସର୍ବାଧିକ ପ୍ରଭାବ ରହିବ।

୧୦ ତାରିଖରେ ୧୧ ଜିଲାକୁ ଅରେଞ୍ଜ ଆଲର୍ଟ, ୧୬ଜିଲାରେ ପ୍ରବଳ ବର୍ଷା ହେବ। ୧୧ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓ ପାର୍ଶ୍ଵବର୍ତି ୧୦ ଜିଲାରେ ଅରେଞ୍ଜ ଆଲର୍ଟ। ୧୫ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଓ ଦକ୍ଷିଣ ଉପକୂଳରେ ପବନର ବେଗ ୫୫ କିମି ଘଣ୍ଟା ପ୍ରତି ରହିବ, ଫଳରେ ଝଡ଼ ବର୍ଷା ହେବାର ସମ୍ଭାବନା। ୯ ରୁ ୧୨ ସମୁଦ୍ର ଅଶାନ୍ତ ରହିବା ଯୋଗୁ ମତ୍ସ୍ୟଜୀବୀଙ୍କୁ ବାରଣ ହୋଇଛି।

Leave A Reply

Your email address will not be published.