ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଘନୀଭୂତ ହେଉଛି ସକ୍ରିୟ ଲଘୁଚାପ, ଆଜି ସନ୍ଧ୍ୟା ସୁଦ୍ଧା ନେଇପାରେ ଅବପାତର ରୂପ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଆଜି ସନ୍ଧ୍ୟା ସୁଦ୍ଧା ନେଇପାରେ ଅବପାତର ରୂପ ।ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ଏହା ବାତ୍ୟାର ରୁପ ନେଇପାରେ । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ୮ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ନିକଟସ୍ଥ ତାମିଲନାଡୁ-ପୁଡ଼ୁଚେରୀ ତଥା ଦକ୍ଷିଣ ଆନ୍ଧ୍ର ଉପକୂଳ ସମୁଦ୍ର ପାଖାପାଖି ପହଞ୍ଚିବା ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଏସବୁ ରାଜ୍ୟରେ ଆସନ୍ତା ୭ ତାରିଖ ରାତିରୁ ବର୍ଷା ଆରମ୍ଭ ହେବ । ୮ ତାରିଖରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହିତ ଘଣ୍ଟା ପ୍ରତି ୬୦-୭୦ କିମି ତଥା ସ୍ଥଳ ବିଶେଷରେ ୮୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ୯ ତାରିଖ ପର୍ଯ୍ୟନ୍ତ ଏହି ବର୍ଷା ଓ ପବନ ଲାଗି ରହିବ । ଆସନ୍ତା ୭ ତାରିଖରେ ବାତ୍ୟାର ବେଗ, ପ୍ରଭାବ ଓ ଲ୍ୟାଣ୍ଡଫଲ ସମ୍ପର୍କରେ ସବିଶେଷ ଚିତ୍ର ମିଳିପାରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.