ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ଭାରୋତ୍ତୋଳନରେ ଲଭପ୍ରୀତ ସିଂହ ଜିତିଲେ କାଂସ୍ୟ ପଦକ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ଆଉ ଏକ କାଂସ୍ୟ ପଦକ ମିଳିଛି। ଭାରୋତ୍ତୋଳନକାରୀ ଲଭପ୍ରୀତ ସିଂହ ଆଜି ୧୦୯ କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। ଏଥି ସହ ଭାରତର ବର୍ତ୍ତମାନ ସୁଦ୍ଧା ମୋଟ ପଦକ ସଂଖ୍ଯା ୧୪କୁ ବୃଦ୍ଧି ପାଇଛି। ଏଥିରେ ୪ କାଂସ୍ୟ ପଦକ ରହିଛି।

ଲଭପ୍ରୀତ ସିଂହ ସ୍ନାଚ୍ ରାଉଣ୍ଡରେ କ୍ରମଶଃ ୧୫୭ କିଗ୍ରା, ୧୬୧ କିଗ୍ରା ଏବଂ ୧୬୩ କିଗ୍ରା ଓଜନ ଉଠାଇଥିଲେ। ଏହା ପରେ କ୍ଲିନ ଆଣ୍ଡ ଜର୍କ ରାଉଣ୍ଡରେ ମଧ୍ୟ ନିଜର ତିନୋଟି ଉଦ୍ୟମ ସଫଳ କରି କ୍ରମଶଃ ୧୮୫ କିଗ୍ରା, ୧୮୯ କିଗ୍ରା ଏବଂ ୧୯୨ କିଗ୍ରା ଓଜନ ଉଠାଇଛନ୍ତି। ଏହି ପରି ଲଭପ୍ରୀତ ମୋଟ୍ ୩୫୫ କିଲୋଗ୍ରାମ ଓଜନ ଉଠାଇ କାଂସ୍ୟ ପଦକ ଜିତିଛନ୍ତି।

Leave A Reply

Your email address will not be published.