ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପବଜି ଖେଳରୁ ପ୍ରେମ୍, ଏବେ ପ୍ରତାରଣାର ଶିକାର ହୋଇ ପ୍ରେମିକ ଦୁଆରେ ପ୍ରେମିକା

ନିକିରାଇ : ପାଞ୍ଚବର୍ଷ ତଳେ କେନ୍ଦ୍ରାପଡା ଜିଲ୍ଲା କୋରୋ ପଞ୍ଚାୟତର ପାଳକଣା ଗ୍ରାମର ଜ୍ୟୋତିଶ ରଞ୍ଜନ ଜେନା, ରଶ୍ମିତାଙ୍କୁ ପବଜି ଖେଳ ମାଧ୍ୟମରେ ମୋବାଇଲରେ ପ୍ରେମ୍ ନିବେଦନ କରିଥିଲେ। ପରେ ପରେ ରଶ୍ମିତା ମଧ୍ୟ ରାଜି ହୋଇଯାଇଥିଲେ। ରଶ୍ମିତାଙ୍କ ଘର ଯାଜପୁର ରୋଡ ଅଞ୍ଚଳରେ। ପ୍ରେମ ହେବାର ଏକ ବର୍ଷ ପରେ ଦେଖାସାକ୍ଷାତ ହୋଇଥିଲେ, ବିଭିନ୍ନ ସ୍ଥାନ ବୁଲିଥିଲେ, ଇନଷ୍ଟାରେ ରିଲସ ମଧ୍ୟ କରିଥିଲେ। ଏବେ ଏବେ ୧୦ ଦିନ ତଳେ ପୁରୀ ଯାଇ ମନ୍ଦିରରୁ ସିନ୍ଦୂର ଆଣି, ରଶ୍ମିତାର ମୁଣ୍ଡରେ ମାରି ବିବାହ କରିବା ପାଇଁ ଶପଥବି କରିଥିଲେ ଜ୍ୟୋତିଶ। ରଶ୍ମିତା ମଧ୍ୟ ଭରଷା କରି, ଜ୍ୟୋତିଶର କଥାରେ ଏକାଧିକ ଥର ହୋଟେଲରେ ରହିବା ସହ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ଏବେ ଜ୍ୟୋତିଶ ଧରା ଛୁଆଁ ଦେବା ତ ପରର କଥା, ପ୍ରେମିକାର ଫୋନ୍ ମଧ୍ୟ ଉଠାଉନାହାନ୍ତି। ବାଧ୍ୟ ହୋଇ ନାୟ ପାଇବାପାଇଁ ରଶ୍ମିତା ଏବେ ପ୍ରେମିକର ଘର ଆଗରେ ବସିଛନ୍ତି । ଜ୍ୟୋତିଶଙ୍କ ଘର ଲୋକେ ରଶ୍ମିତାଙ୍କୁ ଗ୍ରହଣ କରିବେନି ବୋଲି ରୋକଠୋକ ମନକରିବା ସହ, ଘର ଆଗରୁ ଘଉଡ଼ାଇ ଦେଇଛନ୍ତି। ଅନ୍ୟପଟେ ବିବାହ ନକରିବା ଯାଏ, ପ୍ରେମିକ ଘର ସାମ୍ନାରୁ ଉଠିବେନି ବୋଲି କାନ୍ଦି କାନ୍ଦି କହୁଛନ୍ତି ପ୍ରେମିକା ରଶ୍ମିତା। ତେବେ ଘଟଣା ସ୍ଥଳରେ ନିକିରାଇ ଥାନା ପୋଲିସ ପହଂଚି, ରଶ୍ମିତାକୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.