ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଳେଶ୍ଵରରେ ମାତିଛନ୍ତି ଲଟେରୀ ଏଜେଣ୍ଟ, ମାସକୁ କରୁଛନ୍ତି ୩୦ ଲକ୍ଷ ଟଙ୍କାର ବେପାର

ଜଳେଶ୍ଵର : ଜଳେଶ୍ଵର ସହର ମଧ୍ୟରେ ମାତିଛନ୍ତି ଶତାଧିକ ଲଟେରୀ ଏଜେଣ୍ଟ।ଏହି ଲଟେରୀ ଏଜେଣ୍ଟ ମାନେ ମାସକୁ ୩୦ ଲକ୍ଷ ଟଙ୍କାର ବେପାର କରୁଥିବା ବେଳେ ସାଧାରଣ ଲୋକେ ଠକାମି ର ଶୀକାର ହେଉଥିବାର ଅଭିଯୋଗ ହୋଇଛି।ପ୍ରଶାସନର ନାକ ତଳେ ଏହି ଲଟେରୀ ବେପାର ବର୍ଷ ବର୍ଷ ଧରି ଚାଲୁଥିଲେ ମଧ୍ୟ ଏହା ଉପରେ ରୋକ ଲଗାଇବା ପାଇଁ କୌଣସି କାର୍ୟ୍ୟାନୁଷ୍ଠାନ ନିଆ ନଯିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।ଜଳେଶ୍ଵର ଷ୍ଟେସନ ସମ୍ମୁଖରେ ରେଳ କାର ଷ୍ଟାଣ୍ଡ ନିକଟରେ ଟେବୁଲ୍ ଚେୟାର ପକାଇ ୪/୫ ଜଣ ଏଜେଣ୍ଟ ସକାଳୁ ସଞ୍ଜ ଯାଏଁ ଲଟେରୀ ଟିକଟ ବିକୁଛନ୍ତି।

ବିଭିନ୍ନ କମ୍ପାନୀ ଓ ବିଭିନ୍ନ କିସମର ଟିକେଟ ଏଠାରେ ବିକ୍ରି ହେଉଥିବା ବେଳେ ଏହାର ମୂଲ୍ୟ ୩୦ ଟଙ୍କାରୁ ଆରମ୍ଭ ହୋଇ ୧ ହଜାର ଟଙ୍କା ଯାଏଁ ରହିଛି।କେବଳ ରେଳ ଷ୍ଟେସନ ନୁହେଁ ଜଳେଶ୍ଵର ସାପ୍ତାହିକ ହାଟ,ଦୈନିକ ହାଟ,ମାଛ ମାର୍କେଟ,ପରିବା ମାର୍କେଟ ଆଦି ଭିଡ ବା ଗହଳି ହେଉଥିବା ସ୍ଥାନରେ ମାଳ ମାଳ ଏଜେଣ୍ଟ ଲଟେରୀ ଟିକଟ ପକେଟରେ ପକେଇ ବୁଲୁଛନ୍ତି।ଲୋକଙ୍କୁ ଲୋଭନୀୟ ପୁରସ୍କାର କଥା କହି ଟିକେଟ କାଟୁଛନ୍ତି।ପ୍ରତିଦିନ ୩ ଥର ଲେଖାଏଁ ଖେଳ ହେଉଛି ବୋଲି ଏଜେଣ୍ଟ ମାନେ କହୁଥିବା ବେଳେ ଲଟେରୀ ଦ୍ବାରା ପୁରସ୍କାର ପାଉଥିବା ଲୋକଙ୍କ ସଙ୍ଖ୍ୟା କେତେ ତାହା ସେହି ଏଜେଣ୍ଟ ମାନେ ହିଁ ଜାଣନ୍ତି। ତେବେ ପ୍ରତିଦିନ ଏହି ଏଜେଣ୍ଟ ମାନେ ଲକ୍ଷାଧିକ ଟଙ୍କାର କାରବାର କରୁଥିବାର କୁହାଯାଉଛି।ଏଜେଣ୍ଟ ମାନେ ଜଳେଶ୍ଵର ମ୍ୟୁନିସିପାଲଟି ଅଧିନସ୍ଥ ଶାନ୍ତିଆ, ପଥରପୁରା, ଶାସନବାଡ, ସେକବାଡ,ଝାଡେଶ୍ବରପୁର,ନୂଆବଜାର ଓ ରାଜପୁର ଆଦି ଗାଁର ବୋଲି କୁହାଯାଇଛି।ବିକ୍ରି ହେଉଥିବା ଟିକେଟ ମଧ୍ୟରୁ ଅଧିକାଂଶ ଡିଜେ,ଭିିଆର ଓ ଡିଅର କମ୍ପାନୀର ବୋଲି କୁହାଯାଇଛି।

ତେବେ ଏଜେଣ୍ଟ ମାନେ କେଉଁ କମ୍ପାନୀର ଟିକେଟ ବିକ୍ରି କରୁଛନ୍ତି ଏନେଇ ସରକାରଙ୍କ ଅନୁମତି ପ୍ରାପ୍ତ ହୋଇଛି କି ନାହିଁ ସେନେଇ ସ୍ଥାନୀୟ ପ୍ରଶାସନ ଏପରିକି ପୁଲିସ ନିକଟରେ କୌଣସି ଖବର ନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଜଳେଶ୍ଵର ଷ୍ଟେସନ ପରିସରରେ ବର୍ଷ ବର୍ଷ ଧରି ଖୋଲମଖୁଲା ଏହି ଟିକଟ କାରବାର ଚାଲୁଥିଲେ ମଧ୍ୟ ଆରପିଏଫ ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଦାବି ଜୋର ଧରିଛି।

Leave A Reply

Your email address will not be published.