ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରାବାହୀ ବସ୍‌, କଣ୍ଡକ୍ଟର-ହେଲପର୍‌ ଗୁରୁତର

ଗୋପବନ୍ଧୁନଗର :ଗୋପବନ୍ଧୁ ନଗର ବ୍ଲକର କୁଶଳଦା ବଜାର ଉପକଣ୍ଠରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ବାମ ପଟକୁ ପାଲଟି ଯିବାରୁ ବସର କଣ୍ଡକ୍ଟର ଓ ହେଲପର୍‌ ଗୁରତର ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ନିଆଯାଇଛି । ବାରିପଦାରୁ ଭୀମଦାକୁ ଯାଉଥିବା ଭଗବତୀ ମାନକ ଯାତ୍ରୀବାହୀ ବସଟି ସନ୍ଧ୍ୟା ସାତଟା ସମୟରେ କୁଶଳଦା ଛକ ପହଞ୍ଚିବା ପୂର୍ବରୁ ଭାରସାମ୍ୟ ହରାଇ ବାମ ପଟକୁ ରାସ୍ତା ଉପରେ ପଲଟି ଯିବା ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ବସରେ ମା’ଓ ଝିଅଙ୍କୁୁ ମିଶାଇ ଦୁଇ ମହିଳାଙ୍କ ସମତେ ଦଶ ଏଗାର ଜଣ ଯାତ୍ରୀ ଥିଲେ । ସ୍ଥାନୀୟ ଲୋକ ଓ କୁଶଳଦା ଫାଣ୍ଡି ପୁଲିସ ସହୟତାରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣା ଯାଇଛି । ବସ ଚାଳକ ଦୁର୍ଘଟଣା ପରେ ଫେରାର ହୋଇଯାଇଛି ।

Leave A Reply

Your email address will not be published.