ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୩,୨୦୦ ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

ପୁରୀ: ଚଳିତବର୍ଷ ବିନା ଭକ୍ତରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ।ଏହା ପୂର୍ବରୁ ପୁରୀର ଯୁବଶିଳ୍ପୀ ମହାପ୍ରଭୁଙ୍କ ବିଭିନ୍ନ ଚିତ୍ର ଓ ମୂର୍ତ୍ତି କରି ଭକ୍ତଙ୍କ ଉଦ୍ଦେଶ୍ୟରେ ସମର୍ପଣ କରୁଛନ୍ତି। ଏହି ତାଲିକାରେ ଏବେ ଯୋଡି ହୋଇଛନ୍ତି ଆଉ ଜଣେ ଯୁବଶିଳ୍ପୀ । ସେ ହେଉଛନ୍ତି ପୁରୀ ମରିଚିକୋଟ ଲେନର ସୁସ୍ମିତା ମହାରଣା। ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ସୁସ୍ମିତା ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିର୍ମାଣ କରି ଭକ୍ତଙ୍କ ପାଇଁ ଉତ୍ସର୍ଗ କରିଛନ୍ତି।୩,୨୦୦ କାଠିରେ ୩୨ଇଞ୍ଚ ଉଚ୍ଚତା ଓ ୨୪ଇଞ୍ଚ ଚଉଡା ବିଶିଷ୍ଟ ଏହି କଳାକୃତି ତିଆରି ପାଇଁ ତାଙ୍କୁ ୭ଦିନ ସମୟ ଲାଗିଛି। ମଙ୍ଗଳବାର ସେ ଏହି କଳାକୃତି ସହ ବଡଦାଣ୍ଡରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିକଟରେ ପ୍ରଦର୍ଶନ କରିଥିଲେ। ଆଇସକ୍ରିମ କାଠିରେ ପ୍ରସ୍ତୁତ ହୋଇଥିବା ଏହି କଳାକୃତି ବେଶ ସୁନ୍ଦର ଓ ଆକର୍ଷଣୀୟ ହୋଇପାରିଛି।ଏହି କଳାକୃତି ଦେଖିବା ପାଇଁ ରଥ ନିକଟରେ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଥିଲା।

Leave A Reply

Your email address will not be published.