ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବନ୍ଦ ହେଲା ବର୍ଷବର୍ଷର ପରମ୍ପରା: ଅଟକିଲା ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ,ସେବାୟତଙ୍କ ଜିଦ୍ ପାଇଁ ୪୪ ଦିନ ନୀତିକାନ୍ତି ବନ୍ଦ

ଭୁବନେଶ୍ୱର: ବନ୍ଦ ହେଲା ବର୍ଷ ବର୍ଷର ପରମ୍ପରା । ଶିବ ବିବାହ ପରମ୍ପରାରେ ଲାଗିଲା କଳା ଦାଗ। ଅଟକିଲା ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ । କପିଳେଶ୍ବରଙ୍କ ଆଗମନ ନେଇ ଆଗରୁ ରହିଥିଲା ବିବାଦ। ଏହି ମାମଲା କୋର୍ଟରେ ବିଚାରଧିନ ରହିଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ୟ୍ୟକାରୀ ନେଇ ଜିଦରେ ଅଟଳ ଥିଲେ ଲିଙ୍ଗରାଜଙ୍କ ସେବାୟତ। ବିବାଦ ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ଦେବ ବିବାହ କାର୍ଯ୍ଯ ସମାପନ୍ନ ହୋଇ ପାରିନାହିଁ । ଯେଉଁଥିପାଇଁ ୪୪ ଦିନ ପର୍ଯ୍ଯନ୍ତ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହେବାନେଇ ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ କପିଳେଶ୍ୱରଙ୍କ ସେବା ପାଇଁ ଦୁଇ ସେବାୟତ ସମୁହ ମଧ୍ୟରେ ରହିଥିଲା ବିବାଦ । ମଲିଆ ସେବାୟତ ନୁହେଁ ଖୁଣ୍ଟିଆ ସେବାୟତ କପିଳେଶ୍ବରଙ୍କ ନୀତିକାନ୍ତି କରିବାକୁ ହୋଇଥିଲା ଦାବି। ବ୍ରାହ୍ମଣ ଏବଂ ପୂଜାପଣ୍ଡା ନିଯୋଗର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ତଥାପି ଏହି ମାମଲାରେ ପଡି ପାରିନଥିଲା ପୂର୍ଣ୍ଣଛେଦ। ଯେଉଁଥିପାଇଁ ପ୍ରଭୁ ଲିଙ୍ଗରାଜଙ୍କ ବିବାହ ହୋଇପାରିନାହିଁ ।

Leave A Reply

Your email address will not be published.