ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫେସବୁକରେ ମୋଟର ସାଇକେଲ ବିକ୍ରି କରିବା କହି ଅର୍ଥ ଲୁଟ

ମାଲକାନଗିରି: ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ.ଭି-୧ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଫେସବୁକ ଜରିଆରେ ପୁରୁଣା ମୋଟର ସାଇକେଲ ବିକ୍ରି କରିବା ନାମରେ ଠକେଇ ଅଭିଯୋଗ ହୋଇଛି।  ଏ ନେଇ ମାଲକାନଗିରି ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଛି ।

ସୂଚନା ଅନୁଯାୟୀ, ଏମ.ଭି-୧ ଗ୍ରାମର ସୁଧାକର ମଣ୍ଡଳ ଗତ ୨୮ ତାରିଖରେ ଫେସବୁକରେ ପୁରୁଣା ମୋଟର ସାଇକେଲ ଦେଖି କିଣିବା ପାଇଁ ଆବେଦନ କରିଥିଲେ । ଏହାପରେ ଏକ ଅଜଣା ବ୍ୟକ୍ତି ସୁଧାକରଙ୍କୁ ଫୋନ କରି ଭାରତୀୟ ଆର୍ମି ପୋଷ୍ଟାଲ ସର୍ଭିସ ବିଭାଗ କହୁଛି କହି ତାଙ୍କ ସହ ମୋଟର ସାଇକେଲ ବିକ୍ରି କରିବା ପାଇଁ ଆଲୋଚନା କରିଥିଲେ । ଏହାପରେ ଅଜଣା ବ୍ୟକ୍ତି ଜଣଙ୍କ ଏକ ପୁରୁଣା ମୋଟର ସାଇକେଲର ଫୋଟ ସୁଧାକରଙ୍କୁ ପଠାଇ ଥିଲେ । ମୋଟର ସାଇକେଲ ଦେଖି ସୁଧାକର ତାହାକୁ କ୍ରୟ କରିବାକୁ ରାଜି ହେବାରୁ ସେ ଅର୍ଥ ପଠାଇବାକୁ କହି ଅଜଣା ବ୍ୟକ୍ତି ଜଣକ ବିଭିନ୍ନ ଆକାଉଣ୍ଟ ନମ୍ବର ଦେଇଥିଲେ । ଏହାପରେ ସୁଧାକର ମୋଟ ୪୮,୪୯୭ ଟଙ୍କା ଉକ୍ତ ଆକାଉଣ୍ଟ ନମ୍ବରରେ ପଠାଇ ଦେଇଥିଲେ । ତେବେ ଟଙ୍କା ପଠାଇବା ପରେ ଆଉ ସେହି ଅଜଣା ବ୍ୟକ୍ତି ଜଣଙ୍କସୁଧାକରଙ୍କ ଫୋନ ଉଠାଇ ନଥିଲେ । ସୁଧାକର ଅନେକ ଚେଷ୍ଟା କରିବା ସତ୍ବେ ଯୋଗାଯୋଗ ହେଉନଥିବା ବେଳେ ଆଜି ପର୍ଯ୍ ନ୍ତ ମୋଟର ସାଇକେଲ ଆସିନଥିବାରୁ ସେ ଠକେଇର ଶୀକାର ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ସୁଧାକର ମାଲକାନଗିରି ଆଦର୍ଶ ଥାନାରେ ଏକ ଏତଲା ଦେଇଥିଲେ । ତାଙ୍କ ଏତଲାକୁ ଭିତି କରି ମାଲକାନଗିରି ଥାନାରେ କେସ ନମ୍ବର ୨୯୬ରେ ଏକ ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.