ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେହ ଭଲ ହୋଇଯିବ କହି ମହିଳାଙ୍କଠୁ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ଅନୁଗୁଳ : ଅନୁଗୁଳ ସହରରେ ଦିନ ଦ୍ବିପ୍ରହରରେ ଲୁଟ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। କାଞ୍ଚନ ଟକିଜ ଛକ ଠାରୁ ବସଷ୍ଟାଣ୍ଡ ରାସ୍ତାରେ ଜଣେ ମହିଳାଙ୍କୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ଲୁଟ ହୋଇଥିବା ନେଇ ସେ ଆଠମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି । ୨ ଜଣ ଅଣ ଓଡ଼ିଆ ଠକ ତାଙ୍କୁ ଠକିଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ପୁଲିସ ସୂଚନା ମୁତାବକ, ଆଠମଲ୍ଲିକ ଅଞ୍ଚଳର ରସାନନ୍ଦ ସାହୁଙ୍କ ପତ୍ନୀ ଗୀତାଞ୍ଜଳି ଶିମିଳିପଡା ମା’ ଭୈରବୀ ଔଷଧ ଦୋକାନରେ ବସୁଥିବା ଜଣେ ଚର୍ମରୋଗ ବିଶେଷଜ୍ଞଙ୍କ ନିକଟକୁ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଆସିଥିଲା । ଡାକ୍ତର ଦେଖାଇ ସାରି ଚାଲିଚାଲି ଫେରୁଥିବା ବେଳେ ୨ ଜଣ ଯୁବକ ତାଙ୍କ ସାଙ୍ଗରେ ଚାଲିଚାଲି ଆସିଲେ ଓ ହିନ୍ଦୀରେ ତାଙ୍କ ସହ କଥା ହେଲେ। ଇତି ମଧ୍ୟରେ ସେମାନେ ମହିଳାଙ୍କ ଦେହରେ ଠାକୁରାଣୀଙ୍କ କୋପରୁ ଖରାପ ହେଉଛି । ତେଣୁ ସେ ଲକ୍ଷ୍ମୀ ମା’ ଓ କାଳୀ ମା’ଙ୍କୁ ସ୍ମରଣ କଲେ ସେ ସବୁ ଦୂର ହେବ ଓ ଘରେ ଧନଲକ୍ଷ୍ମୀ ବୃଦ୍ଧି ହେବ ବୋଲି କହିଥିଲେ। ସେଥିପାଇଁ ତାଙ୍କୁ ପିନ୍ଧିଥିବା ସୁନା ଗହଣାକୁ ଦେହରୁ ଖୋଲି ହାତରେ ଧରି ଆଖୁ ବନ୍ଦ କରି ୫୧ ଫୁଟ ଚାଲିବାକୁ ପଡ଼ିବ ବୋଲି ମଧ୍ୟ କହିଥିଲେ।

Leave A Reply

Your email address will not be published.