ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ୟାନସର ରୋଗୀଙ୍କୁ ବି ଛାଡ଼ିଲେନି: ଚିକିତ୍ସା ପାଇଁ ଆଣିଥିବା ଟଙ୍କାକୁ ଲୁଟିନେଲେ ଲୁଟେରା

ଭୁବନେଶ୍ୱର: ମୋ ବସରୁ ପୁଣୁ ଲୁଟ୍। ଏଥରକ ଲୁଟର ଶିକାର ହୋଇଛନ୍ତି  ବୋନ୍‌ କ୍ୟାନସର ରୋଗୀ। ଭୁବନେଶ୍ୱରରେ ମୋ ବସରେ ମେଡିକାଲ ଯାଉଥିବା ସମୟରେ ବୋନ୍‌ କ୍ୟାନସର ରୋଗୀଙ୍କଠାରୁ ଲୁଟ୍‌ ହୋଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରର ଆନନ୍ଦ ଗୌଡ଼ ଲୁଟର ଶିକାର ହୋଇଛନ୍ତି। ଚିକିତ୍ସା ପାଇଁ ଆନନ୍ଦ ଆଣିଥିବା ୧୫ ହଜାର ଟଙ୍କା ଲୁଟ ହୋଇଛି। ମୋ ବସରେ ଯାତ୍ରୀ ବେଶରେ ଆସି ଲୁଟ କରିଥିବା ଅଭିଯୋଗ ହୋଇଛି। ବାଣୀବିହାର ଛକରେ ଲୁଟ ସମ୍ପର୍କରେ ଜାଣିପାରିଥିଲେ ଆନନ୍ଦ ଗୌଡ଼। କାନ୍ଦି କାନ୍ଦି ସେ ସହିଦନଗର ଥାନାରେ ପହଞ୍ଚିଲେ। କଟକ ଅଭିମୁଖେ ଯାଉଥିବା ୧୯ ନମ୍ବର ବସକୁ ଅଟକାଇ ତଦନ୍ତ ଚଳାଇଛି ପୁଲିସ।

Leave A Reply

Your email address will not be published.