ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯବାନଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନନ୍ତପୁର ଅଞ୍ଚଳରେ ଯବାନଙ୍କ ଘରୁ କଳାକନା ବୁଲାଇଲେ ଲୁଟେରା । ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଉକ୍ତ ଯବାନଙ୍କ ନାଁ ସୁଶାନ୍ତ କୁମାର ସାହୁ ବୋଲି ଜଣାପଡ଼ିଛି।

ଯବାନ ସୁଶାନ୍ତଙ୍କ ଘରୁ ଗତ କାଲି ବିଳମ୍ବିତ ରାତିରେ ଲୁଟ କରିଥିଲେ ଦୁର୍ବୃତ୍ତ । ସୁଶାନ୍ତ ନିଜ ପରିବାର ଲୋକଙ୍କ ସହ କଙ୍କଡାହାଡ଼ ଥାନା ତରାଜଙ୍ଗ ଗାଁକୁ ଦୀପାବଳି ପାଳନ ପାଇଁ ଯାଇଥିଲେ । ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଲୁଟ କରିଛନ୍ତି । ଘର ଖୋଲା ହୋଇଥିବା ନେଇ ସ୍ଥାନୀୟ ପଡୋଶୀ ସୁଶାନ୍ତଙ୍କୁ ଖବର ଦେଇଥିଲେ । ଖବର ପାଇ ସୁଶାନ୍ତ ପହଞ୍ଚି କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ। ଏନେଇ ଘଟଣା ସ୍ଥଳରେ କାମାକ୍ଷାନଗର ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.